କରୋନା ଭୟରେ ରାଜଧାନୀରେ କଡା କଟକଣା । ସପିଂ ମଲ, ସ୍କୁଲ ପରେ ଏବେ ସାଇବର କାଫେ, ଗେମ ଜୋନ, ଭିଡିଓ ଗେମ ପାର୍ଲର ବନ୍ଦ, ସଂକ୍ରମଣ ରୋକିବାକୁ ବିଏମସିର ଆଗୁଆ ପଦକ୍ଷେପ

ଦେଶରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୫ଶହ ଟପିଲାଣି ଆକ୍ରାନ୍ତଙ୍କ ସଂଖ।।, ସେପଟେ ୬୨ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା

କନକ ବ୍ୟୁରୋ : କରୋନା ସଂକ୍ରମଣ ଆଶଙ୍କାକୁ ଆଖିରେ ରଖି ବିଶେଷ ସତର୍କତା ଅବଲମ୍ବନ କରାଯାଉଛି । ଭୁବନେଶ୍ୱରରେ ଥିବା ସମସ୍ତ ସାଇବର କେଫେ, ଗେମିଂ ଜୋନ, ଭିଡିଓ ଗେମ ପାର୍ଲର ବନ୍ଦ ହୋଇଛି । ମୁନସିପାଲ କର୍ପୋରେସନ ନିର୍ଦେଶ ପରେ ଏହା ତୁରନ୍ତ ଲାଗୁ କରାଯାଇ କାଫେ, ଗେମିଂ ଜୋନକୁ ବନ୍ଦ କରାଯାଇଛି ।

ସାଇବର କାଫେରେ ଗହଳି ଜମୁଥିବା ବେଳେ, ଲୋକେ ପାଖାପାଖି ବସୁଥିବାରୁ ସଂକ୍ରମଣର ଭୟ ରହିଛି । ସେହିପରି ଗେମିଂ ଜୋନ. ଭିଡିଓ ଗେମ ପାର୍ଲରରେ ମଧ୍ୟ ଗହଳି, ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବାରୁ କୋଭିଡ-୧୯ ସଂକ୍ରମଣକୁ ଦୂରେଇବା ପାଇଁ ବିଏମସ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe