କନକ ବ୍ୟୁରୋ : କରୋନା ସଂକ୍ରମଣ ଆଶଙ୍କାକୁ ଆଖିରେ ରଖି ବିଶେଷ ସତର୍କତା ଅବଲମ୍ବନ କରାଯାଉଛି । ଭୁବନେଶ୍ୱରରେ ଥିବା ସମସ୍ତ ସାଇବର କେଫେ, ଗେମିଂ ଜୋନ, ଭିଡିଓ ଗେମ ପାର୍ଲର ବନ୍ଦ ହୋଇଛି । ମୁନସିପାଲ କର୍ପୋରେସନ ନିର୍ଦେଶ ପରେ ଏହା ତୁରନ୍ତ ଲାଗୁ କରାଯାଇ କାଫେ, ଗେମିଂ ଜୋନକୁ ବନ୍ଦ କରାଯାଇଛି ।
ସାଇବର କାଫେରେ ଗହଳି ଜମୁଥିବା ବେଳେ, ଲୋକେ ପାଖାପାଖି ବସୁଥିବାରୁ ସଂକ୍ରମଣର ଭୟ ରହିଛି । ସେହିପରି ଗେମିଂ ଜୋନ. ଭିଡିଓ ଗେମ ପାର୍ଲରରେ ମଧ୍ୟ ଗହଳି, ଏକାଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବାରୁ କୋଭିଡ-୧୯ ସଂକ୍ରମଣକୁ ଦୂରେଇବା ପାଇଁ ବିଏମସ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/6eb57a3585933cebb58fa934c9ea0dd9.jpg)