କନକ ବ୍ୟୁରୋ : ଉପକୂଳ ଆଡକୁ ମାଡି ଆସୁଛି ୟାସ୍ । ଗତ ୬ ଘଣ୍ଟା ହେବ ୨ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା ୟାସ୍ । ପାଣିପାଗ ବିଭାଗ ପକ୍ଷରୁ ମଧ୍ୟାହ୍ନ ୧୨ଟାରେ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି ଯେ, ଏବେ ବାତ୍ୟା ସମୁଦ୍ର ଭିତରେ ବଳ ଗୋଟାଇବା ସହ ଧୀରେ ଧୀରେ ଆଗକୁ ବଢୁଛି ।
ପାରାଦ୍ୱୀପରୁ ସାଗର ଦ୍ୱୀପ ମଧ୍ୟରେ ୟାସ୍ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଏବେ ପାରାଦ୍ୱୀପ ଠାରୁ ୫୩୦ କିଲୋମିଟର ଦୂର ଏବଂ ବାଲେଶ୍ୱର ଠାରୁ ୬୩୦ କିଲୋମିଟର ଦୂରରେ ରହିଛି । ସେହିଭଳି ଦୀଘା ଠାରୁ ୟାସ୍ ୬୨୦ କିଲୋମିଟର ଦୂରରେ ବାତ୍ୟା ୟାସ୍ ରହିଛି । ଆଗାମୀ ୧୨ ଘଣ୍ଟା ମଧ୍ୟ ଏହା ଭୀଷଣ ସାମୁଦ୍ରିକ ଝଡର ରୂପ ନେବ । ସେହିଭଳି ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/20-12.jpg)