ମଧ୍ୟରାତ୍ରିରେ ଝଡ଼ବାତ୍ୟାର ସମ୍ଭାବନା ! ଭାରତୀୟ ପାଣିପାଗ ବିଭାର ସତର୍କ ସୂଚନା । ୯ ରାଜ୍ୟ ସହ ଓଡ଼ିଶାର ଏହି ସବୁ ସ୍ଥାନରେ ପଡ଼ିବ ପ୍ରଭାବ ।

177

କନକ ବ୍ୟୁରୋ: ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି । ଯାହା ଫଳରେ ଆଜି ମଧ୍ୟରାତ୍ରିରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଣ୍ଟା ପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବାରେ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବ ବିଶେଷ କରି ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶର ଅଞ୍ଚଳରେ ପଡିବ ବୋଲି ଆଶଙ୍କା କରାଯାଉଛି ।

weatherଭାରତୀୟ ପାଣିପାଗଙ୍କ ଜାରି ବୁଲେଟିନ ତାବକ ବର୍ତ୍ତମାନ ଘୂର୍ଣ୍ଣିବଳୟ ଗୋପାଳପୁର ଠାରୁ ୩୦୦ କିଲୋମିଟର ଦୂରରେ ରହିଛି । ଯାହା ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉତ୍ତର ଆନ୍ଧପ୍ରଦେଶର କଳିଙ୍ଗପାଟଣମ ଏବଂ ପୁରୀ ଦେଇ ଗତି କରିପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ମଧ୍ୟ ରାତ୍ରିରୁ ଘଣ୍ଟା ପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବ ।

Source:Newshub

ଏହାସହ ପ୍ରବଳ ବର୍ଷା ନେଇ ଦେଶର ୮ରୁ ଅଧିକ ରାଜ୍ୟକୁ ସତର୍କ କରାଯାଇଛି । ଓଡ଼ିଶା, ଅଭ୍ୟନ୍ତରୀଣ ଆନ୍ଧପ୍ରଦେଶ, ତେଲେଙ୍ଗାନା, ଝାଡଖଣ୍ଡ, ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ପୂର୍ବ ରାଜସ୍ଥାନ ଭଳି ସ୍ଥାନରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଏହାର ପ୍ରଭାବ ଫଳରେ ବିଶାଖାପାଟଣା, ଭାଇଜାକ୍ ଏବଂ ସିରିକୁଲମ, ଓଡ଼ିଶାର ଗଜପତି, ଗଞ୍ଜାମ, ଖୋର୍ଦ୍ଦା, ନୟାଗଡ଼ ଏବଂ ପୁରୀ ଭଳି ଜିଲ୍ଲାକୁ ପଡିବା ସହ ଏହି ସ୍ଥାନ ଗୁଡ଼ିକରେ କ୍ଷୟକ୍ଷତି ହୋଇପାରେ ବୋଲି ସୂଚନା ମିଳିଛି ।

weather reportଅନ୍ୟପଟେ ସମୂଦ୍ର ଅଶାନ୍ତ ଥିବାରୁ ଏନେଇ ଉଭୟ ଓଡ଼ିଶା ଏବଂ ଆନ୍ଧ ପ୍ରଦେଶର ତଟ୍ଟ ସୁରକ୍ଷା କର୍ମୀଙ୍କୁ ବିଭାଗୀୟ ନିର୍ଦ୍ଦେଶ କରାଯାଇଛି । ଯାହାଫଳରେ କୌଣସିମତେ ମତ୍ସ୍ୟଜୀବୀଙ୍କୁ ସମୂଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଛି । ସ୍ଥିତି ଉପରେ ନଜର ରଖିବା ପାଇଁ ୯ଟି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ସତର୍କ କରାଇଛନ୍ତି ଭାରତୀୟ ପାଣିପାଗ ବିଭାଗ ।