କନକ ବ୍ୟୁରୋ: ବଙ୍ଗୋପସାଗରରେ ବାତ୍ୟା ନେଇ ସତର୍କ କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହା ସହ ସବୁ ବିଭାଗୀୟ ମୁଖ୍ୟ, ଅଗ୍ନିଶମ ବାହିନୀ, ଏନଡିଆରଏଫ୍, ଓସ୍ଡମା ନିର୍ଦ୍ଦେଶଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି ।

Advertisment

ବାତ୍ୟା ପ୍ରଭାବରେ ହେବାକୁ ଥିବା ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ କୁହାଯାଇଛି । ଜିଲ୍ଲାପାଳମାନଙ୍କୁ ସମସ୍ତ ପ୍ରକାର ପ୍ରଶାସନିକ ପ୍ରସ୍ତୁତି ରହିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ତଳିଆ ଅଂଚଳ ଉପରେ ନଜର ରଖିବାକୁ କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ଜେନେରେଟର, ପାଣି ପମ୍ପ ପ୍ରସ୍ତୁତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବର୍ଷା ସମୟରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।