କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ତାଣ୍ଡବ ରଚିଲା ଘୂର୍ଣ୍ଣିଝଡ଼ । ଜଲପାଇଗୁଡ଼ିରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଘୂର୍ଣ୍ଣିଝଡ଼ ବେଳେ ପବନର ବେଗ ୬୦ରୁ ୭୦ କିଲୋମିଟର ରହିଥିଲା । ୮୦୦ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ବିଦ୍ୟୁତ ଖୁଣ୍ଟ ଓ ଗଛ ଭାଙ୍ଗି ପଡ଼ିଛି । ଘଟଣାସ୍ଥଳକୁ ଯାଇ କ୍ଷତିଗ୍ରସ୍ତ ପରିବାରକୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଡାକ୍ତରଖାନା ଯାଇ ମଧ୍ୟ ଆହତଙ୍କୁ ଭେଟି ସ୍ୱାସ୍ଥାବସ୍ଥା ପଚାରି ବୁଝିଛନ୍ତି ।

Advertisment

ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ସାନ୍ତ୍ୱନା ମୂଳକ ସହାୟତା ରାଶି ଓ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଘୂର୍ଣ୍ଣିଝଡ଼ରେ ପ୍ରାଣ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ କ୍ଷତିଗ୍ରସ୍ତ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପଶ୍ଚିମବଙ୍ଗର ବିଜେପି କର୍ମୀଙ୍କୁ ସୋସିଆଲ ମିଡ଼ିିଆ ଏକ୍ସରେ ଆହ୍ୱାନ କରିଛନ୍ତି ମୋଦୀ ।