କନକ ବ୍ୟୁରୋ : କିଛି ଦିନର ଅସହ୍ୟ ଗ୍ରୀଷ୍ମପ୍ରବାହ ପରେ ଗତକାଲି ରାଜ୍ୟର କିଛି ଅଞ୍ଚଳରେ ତାତିରୁ ମିଳିଛି ତ୍ରାହି । କାଳବୈଶାଖୀ ଯୋଗୁଁ ସାମୟିକ ଆଶ୍ୱସ୍ତି ମିଳିଛି । ଆଜି ମଧ୍ୟ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ ।

ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛିି ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ଗଜପତି, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇପାରେ । କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ବିଜୁଳି ଘଡ଼ଘଡ଼ି ସମୟରେ ଯେତେଦୂର ସମ୍ଭବ ଘରେ ରହିବା ସହ କବାଟ ଝରକା ବନ୍ଦ ରଖିବା, ଝଡ଼ବର୍ଷା ସମୟରେ ବାହାରକୁ ନଯିବା, ଗଛତଳେ ଆଶ୍ରୟ ନ ନେବାକୁ ପରାମର୍ଶ ଦିଆଯାଇଛି ।