ବାତ୍ୟା ୟାସର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ : ସକାଳ ୯ ଟାରୁ ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇଥିବା ସୂଚନା

509

କନକ ବ୍ୟୁରୋ : ବାତ୍ୟା ‘ୟାସ’ ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ । ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବାକୁ ୩ରୁ ୪ ଘଣ୍ଟା ଲାଗିବ । ଧାମରାର ଉତ୍ତର ବାଲେଶ୍ୱରର ଦକ୍ଷିଣରେ ସ୍ଥଳଭାଗରୁ ଛୁଉଁଛି ୟାସ । ବାହାନାଗା ବ୍ଲକ ଉପକୂଳବର୍ତ୍ତୀ ଅଞ୍ଚଳରେ ଲ୍ୟାଣ୍ଡଫଲ କରୁଛି ବାତ୍ୟା । ସକାଳ ୯ଟାରୁ ଲ୍ୟାଣ୍ଡଫଲ ଆରମ୍ଭ ହୋଇଥିବା ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି ।

ବାତ୍ୟା ୟାସର ପ୍ରଭାବରେ ଆଜି ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ , କଟକ, ଢ଼େଙ୍କାନାଳ, କେନ୍ଦୁଝରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିିଛି । ସେହିପରି ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ, ସୁନ୍ଦରଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବାତ୍ୟା ୟାସ ପ୍ରଭାବରେ ଝାରଖଣ୍ଡର ବିଭିନ୍ନ ସ୍ଥାନରେ ମଧ୍ୟ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।