ଭାରତୀୟ ପାଣିପାଗ ବିଭାଗର ଆକଳନ : ୨୨ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ୨୫ ତାରିଖ ମଧ୍ୟରେ ନେଇପାରେ ବାତ୍ୟାର ରୂପ

୨୬ ତାରିଖ ସଂଧ୍ୟାରେ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ କରିପାରେ ଲ୍ୟାଣ୍ଡଫଲ

380

କନକ ବ୍ୟୁରୋ : ବଙ୍ଗୋପସାଗରରେ ୨୨ ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ୨୫ ତାରିଖ ମଧ୍ୟରେ  ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ୨୬ ତାରିଖ ସଂଧ୍ୟାରେ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିପାରେ ବୋଲି ମଧ୍ୟ ଆକଳନ କରିଛି ଆଇଏମଡି  । ତେବେ ଭାରତୀୟ ପାଣିପାଗ ବିଭାଗ କହିଛି, ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଏବେ ଠାରୁ ପୂର୍ବାନୁମାନ କରାଯାଇ ପାରିବ ନାହିଁ ।

କିନ୍ତୁ, ପାଣିପାଗ ଆକଳନ କରୁଥିବା ସଂସ୍ଥା ଉଇଣ୍ଡି-ଡଟ୍-କମ୍ ଆକଳନ ଅନୁସାରେ, ଏହି ବାତ୍ୟା ଓଡିଶାର ବାଲେଶ୍ୱର ଉପକୂଳରେ ସ୍ଥଳଭାଗ ଛୁଇଁବ । ୨୬ ତାରିଖ ରାତି ୨ଟା ପରଠାରୁ ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇପାରେ, ଏବଂ ସକାଳ ୫ଟା ଯାଏଁ ଏହି ପ୍ରକ୍ରିୟା ଜାରି ରହିପାରେ । ତେବେ କରୋନା ସମୟରେ ଲୋକଙ୍କୁ ସ୍ଥାନାନ୍ତର କରିବା ଓ ସେମାନଙ୍କୁ ରଖିବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହେବ । କାରଣ ସ୍ଥାନାନ୍ତରଣ ଓ ଥଇଥାନ କରିବା ସମୟରେ ସାମାଜିକ ଦୂରତା ପାଳନ କରିବା ବେଶ୍ ଗୁରୁତ୍ୱପୂର୍ଣ୍ଣ ।