‘ୟାସ’କୁ ନେଇ ଏସଆରସିଙ୍କ ସୂଚନା : ଧାମରାର ଉତ୍ତର ଆଡ଼କୁ ଗତି କରୁଛି ବାତ୍ୟା; ବାହାନଗା ସଦରରେ କରୁଛି ଲ୍ୟାଣ୍ଡଫଲ୍

594

କନକ ବ୍ୟୁରୋ : ଧାମରାର ଉତର ଆଡ଼କୁ ଗତି କରୁଛି ୟାସ । ରେମୁଣା ବାହାନଗା ସଦରରେ ଲ୍ୟାଣ୍ଡଫଲ କରୁଛି । ଦିନ ଗୋଟାଏ ସୁଦ୍ଧା ଶେଷ ହେବ ପ୍ରକ୍ରିୟା । ଏହାର ପ୍ରଭାବରେ ପବନର ବେଗ ୧୩୦ରୁ ୧୪୦ ରହିବ । ବାଲେଶ୍ୱର ।ଦଇ ମୟୁରଭଂଜ ଯିବ ବାତ୍ୟା । ଫଳରେ ମରୟରଭଂଜରେ ପବନର ବେଗ ୧୦୦ କିମ୍ବା ତା ଠାରୁ ଅଧିକ ରହିବ । ବାତ୍ୟା ପ୍ରଭାବରେ ଉତର ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । କୁସୁମିରେ ୩ଶହ ମିଲିମିଟର, ରାଜନଗରରେ ୨୭୫, ଏରସମାରେ ୨୭୧ ମିଲିମିଟର ବର୍ଷା ରେକର୍ଡ଼ କରାଯାଇଛି । ସକାଳ ୮ଟା ସୁଦ୍ଧା ୫ଲକ୍ଷ ୮୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପବନ କମିବା ପରେ ଉଦ୍ଧାର କାମ ହେବ । ସମୁଦ୍ରରେ ଜୁଆର ଉଠିବା ସହ ବର୍ଷା ଲାଗି ରହିବ ।

ଉତ୍ତର ଓଡ଼ିଶାର କୋଷ୍ଟାଲ ଏରିଆ ରେ ଜୁଆର ଉଠିଛି ବ୍ୟାପକ ଅଂଚଳ ଜଳମଗ୍ନ ରହିଛି | ଲ୍ୟାଣ୍ଡଫଲ ର ଡାହାଣ ପଟେ ଅଧିକ ଜୁଆର ଉଠିବ । ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ସର୍ବାଧିକ ପ୍ରଭାବ ରହିବ । ଅପରାହ୍ନ ରେ ମୟୂରଭଞ୍ଜରେ ଅପରାହ୍ନ ରେ ବାତ୍ୟା ର ପ୍ରଭାବ ପଡିବ । ଆଜି ମଧ୍ୟ ରାତ୍ରି ସୁଦ୍ଧା ଝାଡଖଣ୍ଡ ମୁହାଁ ହେବ ବାତ୍ୟା ୟାସ୍ । ୫ ଲକ୍ଷ ୮୦ ହଜାର ଲୋକଙ୍କୁ ସ୍ତାନାନ୍ତରଣ ହୋଇଛନ୍ତି । ବାଲେଶ୍ଵର ୧ଲକ୍ଷ ୫୨ ହଜାର ,ଭଦ୍ରକ ୧.ଲକ୍ଷ ୨୦ ମୟୂରଭଞ୍ଜ ୬୦ ହଜାର ଲୋକଙ୍କୁ ସ୍ତାନନ୍ତରଣ କରାଯାଇଛି । ପବନ କମିଲା ପରେ ରିଷ୍ଟୋରେସନ କାମ ଆରମ୍ଭ ହେବ ।