ପାଖେଇ ଆସୁଛି ବାତ୍ୟା । ସମୁଦ୍ର ମଝିରୁ ମାଡି ଆସୁଛି ବାତ୍ୟା ‘ୟାସ’ । ପାରାଦୀପଠୁ ୪୯୦, ବାଲେଶ୍ୱରଠୁ ୫୯୦ କି.ମି ଦୂରରେ ଝଡ…

690

କନକ ବ୍ୟୁରୋ: ମାଡି ଆସୁଛି ବାତ୍ୟା । ସମୁଦ୍ର ଓ ସ୍ଥଳଭାଗ ମଧ୍ୟରେ କମୁଛି ବ୍ୟବଧାନ । ପାରାଦୀପ ଠାରୁ ୪୯୦ କି.ମି ଦୂରରେ ଅଛି ବାତ୍ୟା । ବାଲେଶ୍ୱର ଠାରୁ ୫୯୦ କି.ମି ଦୂରରେ ରହିଛି ବାତ୍ୟା ୟାସ୍ । ତେବେ ସମୁଦ୍ର ଭିତରୁ ୭ କିମି ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା । ଯାହା ୨୬ ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ । ଆଉ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବରେ ସ୍ଥଳଭାଗ ଛୁଇଁବ ବାତ୍ୟା ୟାସ । ବାତ୍ୟାର ଗତି ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ସେପଟେ ବାତ୍ୟା ଯେତିକି ଯେତିକି ପାଖେଇ ଆସୁଛି ସେତିକି ସେତିକି ଭୟ ଘାରୁଛି । ବାତ୍ୟା ୟାସ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେଲାଣି । ବାତ୍ୟା ୟାସ ଏବେ ସମୁଦ୍ର ଭିତରେ ରହିଛି । ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ଗତି କରୁଛି ୟାସ ଯହାର ପ୍ରଭାବ ଏବେ ଠାରୁ ଉପକୂଳ ଓଡିଶାରେ ଅନୁଭୁତ ହେଲାଣି । କେନ୍ଦ୍ରପଡା, ବାଲେଶ୍ୱର ଓ ଜଗତସିଂହପୁରରେ ବର୍ଷା ପବନ ଆରମ୍ଭ ହୋଇଯାଇଛି ।

କେନ୍ଦ୍ରାପଡା ଜିଲ୍ଲାର ରାଜନଗର, ପାଟକୁରା ଅଂଚଳରେ ଆକାଶ ମେଘାଚ୍ଛନ ରହିବା ସହ ବର୍ଷା ହୋଇଛି । ସେହିଭଳି ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଂଚଳରେ ବର୍ଷା ହେଉଛି । ତେବେ ଆଜି ଠାରୁ ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରା ଆରମ୍ଭ ହେଲାଣି । ପ୍ରଭାବିତ ଅଞ୍ଚଳରେ ସ୍ଥାନାନ୍ତରଣ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆସନ୍ତାକାଲି ଠାରୁ ବର୍ଷାପ ପରିମାଣ ବଢିବ, ସନ୍ଧ୍ୟାକୁ ପବନର ବେଗ ବଢିପାରେ ବୋଲି ଏସଆରସି ସୂଚନା ଦେଇଛନ୍ତି ।