ଲ୍ୟାଣ୍ଡଫଲରେ ହୋଇପାରେ ବିଳମ୍ବ, ଆଇଏମଡିର ଆକଳନ: ଦିନ ୧୦ଟାରୁ ୧୧ଟା ଭିତରେ ହୋଇପାରେ ଲ୍ୟାଣ୍ଡଫଲ ।

562

କନକ ବ୍ୟୁରୋ: ଅତି ଭୀଷଣ ବାତ୍ୟାର ରୂପ ନେଇ ମାଡି ଆସୁଛି ବାତ୍ୟା । ସ୍ଥଳଭାଗର ନିକଟତର ହେଉଛି ୟାସ । ଧାମରା ଠାରୁ ମାତ୍ର ୭୦ କିଲୋମିଟର ଦୂରତାରେ ରହିଛି ବାତ୍ୟା । ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢି ଆସୁଛି ବାତ୍ୟା । ତେବେ ଧାମରା ଠାରୁ ମାତ୍ର ୭୦ କିମି ଦୂରତାରେ ବାତ୍ୟା ପହଞ୍ଚିବା ପରେ ଭୟ ଅଧିକ ବଢିଛି । କାରଣ ଧାମରା ଆଖପାଖ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁବାର ଆକଳନ କରାଯାଇଛି ।

ଅନ୍ୟପଟେ ବାତ୍ୟା ‘ୟାସ୍’ ପାରାଦୀପଠୁ ଏବେ ୯୦ କିଲୋମିଟର ଦୂରରେ ଅଛି । ସେହିପରି ବାଲେଶ୍ୱରରୁ ୧୩୦ କିମି ଦୂରରେ ଅଛି । ଆଉ ଦୀଘା ଠାରୁ ମଧ୍ୟ ୧୨୦ କିମି ଦୂରରେ ବାତ୍ୟା ୟାସ୍ । ତେବେ ଧାମରାର ଉତ୍ତରରେ ସ୍ଥଳଭାଗ ଛୁଇଁବ ବାତ୍ୟା । ତେବେ ପାରାଦୀପରେ ୧୩୭ ମି.ମି ବର୍ଷା ରେକର୍ଡ କରାଯାଇଛି । ପାରାଦୀପରେ ଏବେ ୭୦-୮୦ ପ୍ରତି ଘଣ୍ଟା ଓ ଝଟକା ପବନ ୯୦ କିମି ପ୍ରତି ଘଣ୍ଟାରେ ପବନ ବହୁଛି । ଭୁବନେଶ୍ଵରରେ ୨୫ ମିମି ବର୍ଷା ରେକର୍ଡ କରାଯାଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଏବେ ପାରାଦୀପରେ ୮୦ରୁ ୯୦ କିମି ବେଗରେ ବହୁଛି ପବନ । ଧିରେ ଧିରେ ବାତ୍ୟା ନିକଟତର ହେଉଥିବାବେଳେ ପବନର ବେଗ ମଧ୍ୟ ବଢୁଛି । ତେଣୁ ସମସ୍ତେ ଘରେ ରୁହନ୍ତୁ ଏବଂ ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ରୁହନ୍ତୁ ବୋଲି ଏସଆରସ ଅପିଲ କରିଛନ୍ତି ।