ଗତ ୨୪ ଘଂଟାରେ ରାଜ୍ୟରେ ବର୍ଷା : ଜାଣନ୍ତୁ କେଉଁଠି କେତେ ରେକର୍ଡ ହୋଇଛି ବର୍ଷା ?

170

କନକ ବ୍ୟୁରୋ : ଜୱାଦ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଗତ ୨୪ ଘଂଟା ମଧ୍ୟରେ ଗଂଜାମ ଖଲିକୋଟରେ ସର୍ବାଧିକ ୧୫୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ନୟାଗଡ଼ରେ ୧୦୭.୫, ଗଂଜାମ ଛତ୍ରପୁରରେ ୮୬.୮, ଖୋର୍ଦ୍ଧା ବାଣପୁରରେ ୮୧ ମିଲିମିଟର ବର୍ଷା ହୋଇଛି । ସେହିପରି ଗଂଜାମ ପୋଲସରାରେ ୭୧.୮, ଗଂଜାମ କୋଦଳାରେ ୭୪.୪, ଗଂଜାମ ସହରରେ ୬୮.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଜଗତସିଂହପୁର ଏରସମାରେ ୬୮ ଓ କେନ୍ଦ୍ରାପଡ଼ା ରାଜନଗରରେ ୬୫ ମିଲିମିଟର ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଆଜି ୯ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଂଜ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଟ୍ୱିନ୍ ସିଟି ପାଇଁ ମଧ୍ୟ ଅରେଂଜ ୱାଣ୍ଣିଂ ଜାରି କରାଯାଇଛି । କଟକ ଭୁବନେଶ୍ୱର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।

ସେହିପରି ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗଂଜାମ, ନୟାଗଡ଼, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଓଡ଼ିଶା ଉପକୂଳରେ ଘଂଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିପାରେ । ଅତିବେଶୀରେ ପବନର ବେଗ ଘଂଟା ପ୍ରତି ୬୫ କିଲୋମିଟର ରହିପାରେ । ଗତ ୨୪ ଘଂଟା ମଧ୍ୟରେ ଗଂଜାମ ଖଲିକୋଟରେ ସର୍ବାଧିକ ୧୫୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ନୟାଗଡ଼ରେ ୧୦୭.୫, ଗଂଜାମ ଛତ୍ରପୁରରେ ୮୬.୮, ଖୋର୍ଦ୍ଧା ବାଣପୁରରେ ୮୧ ମିଲିମିଟର ବର୍ଷା ହୋଇଛି ।