କନକ ବ୍ୟୁରୋ: ବାତ୍ୟା ଫୋନିକୁ ନେଇ ଆସିଲା ସବୁଠାରୁ ବଡ ଖବର । ଆସନ୍ତାକାଲି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ କରିବ ଫୋନି । କାଲି ପୁରୀରେ ଦିନ ୧୦ଟାରୁ ୧୨ ଟା ଭିତରେ ମାଡ ହେବ ସାମୁଦ୍ରିକ ବାତ୍ୟା ଫୋନି । ଏନେଇ ସୂଚନା ଦେଲେ ସ୍ୱତନ୍ତ୍ର ରିଲିଫ କମିଶ୍ନରଙ୍କ ପିଆରଓ । ତେବେ ଆଇଏମଡି ପକ୍ଷରୁ ଦିଆଯାଇଥିବା ସୂଚନା ଆଧାରରେ ସୂଚନା ଦେଇଛନ୍ତି ଏସଆରସି ପିଆରଓ ।
ତେବେ ଏହି ପ୍ରରୀପେକ୍ଷୀରେ ମୁଖ୍ୟମନ୍ତ୍ରୀ ୮ଟି ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ଡାକି ଏକ ସମୀକ୍ଷା ବୈଠକ କରି ଆଲୋଚନା କରିଛନ୍ତି । ବୈଠକରେ ନଗର ଉନ୍ନୟନ ସଚିବ, ଶକ୍ତି ସଚିବ, ପଂଚାୟତିରାଜ ସଚିବ ଓ ଗ୍ରାମୀଣ ବିକାଶ ସଚିବ ଯୋଗ ଦେଇଛନ୍ତି । ବିଶେଷ କରି ଟେଲିକମ କଂପାନୀର ଅପରେଟର ଯଥା- ବିଏସଏନଏଲ, ଭୋଡାଫୋନ, ଏୟାରଟେଲ ଏବଂ ଜିଓ ସମସ୍ତଙ୍କୁ ଏହି ବୈଠକରେ ଡାକି ସେମାନଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ସର୍ବାଧିକ ପବନର ବେଗ ୨୦୦ କିଲୋମିଟର ଟପିଗଲେ ମଧ୍ୟ ମୋବାଇଲ ଯେଭଳି କଟ୍ ଅଫ ନନୁହେଁ ଏବଂ ୭ ଦିନ ପର୍ଯ୍ୟନ୍ତ ଫୁଏଲ ରେଡି ରଖିବାକୁ ଟେଲିକମ କଂପାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ତୁରନ୍ତ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।