ବାତ୍ୟା ୟାସ ପ୍ରଭାବରେ ବଦଳୁଛି ସାମୁଦ୍ରିକ ପରିବେଶ : ଦୁଇ ଦିନ ଧରି ପୁରୀ ସମୁଦ୍ର କୂଳରେ ମାଛ ମଡକ ପରେ ଏବେ ମାଛ ଧରାଳିର ଜାଲରେ କୁଢ କୁଢ ଜେଲି ଫିସ

ବାତ୍ୟା ୟାସ ପ୍ରଭାବରେ ବଦଳୁଛି ସାମୁଦ୍ରିକ ପରିବେଶ : ଦୁଇ ଦିନ ଧରି ପୁରୀ ସମୁଦ୍ର କୂଳରେ ମାଛ ମଡକ ପରେ ଏବେ ମାଛ ଧରାଳିର ଜାଲରେ କୁଢ କୁଢ ଜେଲି ଫିସ

କନକ ବ୍ୟୁରୋ : ବାତ୍ୟା ୟାସ୍ ଯୋଗୁଁ ବଦଳୁଛି ସାମୁଦ୍ରିକ ପରିବେଶ । ଗତ ୨ ଦିନ ଧରି ପୁରୀ ସମୁଦ୍ର କୂଳରେ ମାଛ ମଡ଼କ ପରେ ଆଜି ଦେଖିବାକୁ ମିଳିଛି କୁଢ଼କୁଢ଼ ମୃତ ଜେଲିଫିସ୍ । ଲାଇଟହାଉସ ବେଳାଭୂମିରୁ ଆରମ୍ଭ କରି ପେଣ୍ଠକଟା ବେଳାଭୂମି ପର୍ଯ୍ୟନ୍ତ ପଡିରହିଛି ଜେଲିଫିସ୍ । ତେବେ ବାତ୍ୟାର ପ୍ରଭାବରେ ସମୁଦ୍ର ଯେଭଳି ଜୁଆରିଆ ଓ ଅଶାନ୍ତ ରହିଛି ତାହାର ପ୍ରଭାବରେ ଏଭଳି ମାଛ ଓ ଜେଲିଫିସ୍ ମରିଯାଉଥିବା କହିଛନ୍ତି ମତ୍ସଜୀବୀ । ତେବେ ଏହି ଜେଲିଫିସଗୁଡ଼ିକ ମତ୍ସଜୀବୀଙ୍କ ଜାଲରେ ପଡୁଥିବା ବେଳେ ଏଗୁଡ଼ିକ କେରଳ ଓ ଚାଇନା ରପ୍ତାନୀ ହୁଏ ବୋଲି କହିଛନ୍ତି ମତ୍ସଜୀବୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe