ଆସନ୍ତାକାଲି ସକାଳୁ ଲ୍ୟାଣ୍ଡଫଲ କରିବା ବାତ୍ୟା ୟାସ୍ । ବାସୁଦେବପୁରରୁ ବାହାନଗା ଭିତରେ ଛୁଇଁବ ସ୍ଥଳଭାଗ !

1,052

କନକ ବ୍ୟୁରୋ: ବାତ୍ୟା ୟାସ ନେଇ ଏସଆରସିଙ୍କ ତାଜା ଅପଡେଟ୍ । ଆସନ୍ତାକାଲି ସକାଳୁ ସକାଳୁ ଲ୍ୟାଣ୍ଡଫଲ କରିବ ୟାସ୍ । ଭଦ୍ରକ ଜିଲ୍ଲା ବାସୁଦେବପୁରରୁ ବାହାନଗା ଭିତରେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ତେବେ ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ୧୪୦ରୁ ୧୫୫ କିମି ପ୍ରତି ଘଣ୍ଟା ରହିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ସମୁଦ୍ର ଭିତରେ ଭୀଷଣ ସାମୁଦ୍ରିକ ଝଡର ରୂପ ନେଇସାରିଛି ୟାସ୍ । ତେବେ ଏହା ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ସ୍ଥଳ ଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ପରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଏହା ଓଡିଶା ସୀମା ପାର୍ କରିବ । ତେବେ ଆସନ୍ତାକାଲି ପୂର୍ବାହ୍ନ ବେଳକୁ ବାତ୍ୟା ଲ୍ୟାଣ୍ଡଫଲ କରିବା ନେଇ ଯେଉଁ ଆକଳନ କରାଯାଉଥିଲା ତାହା ଏବେ ବଦଳିବା ସହିତ ଆସନ୍ତାକାଲି ସକାଳୁ ଏହା ଲ୍ୟାଣ୍ଡଫଲ କରିବ ।

ଅନ୍ୟପଟେ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇଛି । ୮୧୩ ମୋବାଇଲ ୱାଟର ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି ତା ସହ ଶକ୍ତି ବିଭାଗ ପକ୍ଷରୁ ମଧ୍ୟ ପ୍ରସ୍ତୁତି କରାଯାଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ବାତ୍ୟା ପାଇଁ ପ୍ରାୟ ୪୫୦୦ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ହଜାରେ ଲୋକଙ୍କୁ ସୁରକ୍ଷିତ ଅଣାଯାଇଛି । ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା କାମ ଚାଲିଛି । ରାତି ୯ଟା ସୁଦ୍ଧା ସରିବ ସ୍ଥାନାନ୍ତରଣ କାମ ।