କନକ ବ୍ୟୁରୋ: ବାତ୍ୟା ‘ୟାସ୍’ ପାରାଦୀପଠୁ ଏବେ ୧୦୦ କିଲୋମିଟର ଦୂରରେ ଅଛି । ସେହିପରି ବାଲେଶ୍ୱରରୁ ୧୫୦ କିମି ଦୂରରେ ଅଛି । ଆଉ ଦୀଘା ଠାରୁ ମଧ୍ୟ ୧୫୦ କିମି ଦୂରରେ ବାତ୍ୟା ୟାସ୍ । ତେବେ ଧାମରାର ଉତ୍ତରରେ ସକାଳୁ ସକାଳୁ ସ୍ଥଳଭାଗ ଛୁଇଁବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୪୦ରୁ ୧୫୫ କିମି ରହିବ । ଏନେଇ ତାଜା ସୂଚନା ଦେଲା ପାଣିପାଗ କେନ୍ଦ୍ର । ଏବେ ପାରାଦୀପରେ ୭୦ରୁ ୮୦ କିମି ବେଗରେ ବହୁଛି ପବନ ।
ଧିରେ ଧିରେ ବାତ୍ୟା ନିକଟତର ହେଉଥିବାବେଳେ ପବନର ବେଗ ମଧ୍ୟ ବଢୁଛି । ତେଣୁ ସମସ୍ତେ ଘରେ ରୁହନ୍ତୁ ଏବଂ ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ରୁହନ୍ତୁ ବୋଲି ଏସଆରସ ଅପିଲ କରିଛନ୍ତି । ତେବେ ଲ୍ୟାଣ୍ଡଫଲ ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ବାତ୍ୟା ବୋଲି ଆକଳନ କରାଯାଉଛି । ସ୍ଥଳଭାଗରେ ଶିମିଳିପାଳ ପର୍ବତମାଳାରେ ବାତ୍ୟାର ଗତି କମିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/46.jpg)