ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ଭାରତୀୟ ପାଣିପାଗ ସଂସ୍ଥା ଆଇଏମଡି ପକ୍ଷରୁ ସୂଚନା

633

କନକ ବ୍ୟୁରୋ : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇସାରିଛି ଲଘୁଚାପ କ୍ଷେତ୍ର । ଭାରତୀୟ ପାଣିପାଗ ବିଭାଗ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ଆଜି ସକାଳେ ଏହା ଲଘୁଚାପର ରୂପ ନେଇସାରିଥିବାବେଳେ ଆଗାମୀ ୨୪ ଘଂଟା ମଧ୍ୟରେ ଅର୍ଥାତ ୨୩ ତାରିଖ ସକାଳ ସୁଦ୍ଧା ଅବପାତର ରୂପ ନେବ । ସେହିପରି ୨୪ ତାରିଖରେ ଏହା ସାମୁଦ୍ରିକ ଝଡ ଅର୍ଥାତ ବାତ୍ୟାର ରୂପ ନେବ ।

ବାତ୍ୟା ରୂପ ନେବା ପରେ ଏହାର ନାମ ହେବ ‘ୟାସ’ । ଓମାନ ଏହି ବାତ୍ୟାର ନାମକରଣ କରିଛି । ତେବେ ଅତି ପ୍ରବଳ ବାତ୍ୟା ଆକାରରେ ଏହା ଉତର-ଉତର ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସଂଧ୍ୟା ସୁଦ୍ଧା ପଶ୍ଚିମବଙ୍ଗ ସମେତ ଓଡିଶା ଓ ବାଂଲାଦେଶ ଉପକୀଳରେ ପହଂଚିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ପୂର୍ବରୁ ଏହା ୨୬ ତାରିଖ ସକାଳ ସୁଦ୍ଧା ପହଂଚିବା ନେଇ ଅନୁମାନ କରାଯାଉଥିଲା । ଏବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇସାରିଥିବାରୁ ଏହାର ଗତିପଥ ଓ ତୀବ୍ରତା ନେଇ ଅଧିକ ସୂଚନା ମିଳିପାରିବ ବୋଲି ଅନୁମାନ କରାଯାଉଛି ।

Comments are closed.