ରାଜନଗର ତାଳଚୁଆରେ ଗାଁରେ ପଶିଲା ପାଣି : ଜଳବନ୍ଦୀ ଘେରରେ ୬୦ରୁ ଅଧିକ ପରିବାର

340

କନକ ବ୍ୟୁରୋ : ସୁମଦ୍ର ଭିତରେ ସ୍ଥଳପଥ ଆଡକୁ ଅଗ୍ରସର ହେଉଛି ବାତ୍ୟା ୟାସ । ହେଲେ ଏହାର ପ୍ରଭାବ ଅନୁଭୂତ ହେବାରେ ଲାଗିଛି । ବିଶେଷ କରି ସମୁଦ୍ର ଅଶାନ୍ତ ଥିବାରୁ ସମୁଦ୍ର କୂଳିଆ ଅଂଚଳରେ ପାଣି ପଶିବା ଆରମ୍ଭ କରିଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ୪୮ଟି ଗାଁ ସମୁଦ୍ର କୂଳରେ ରହିଛି । ତେଣୁ ଏହିସବୁ ଗାଁକୁ ଅଧିକ ବିପଦ ରହିଛି ।

ଗତକାଲିଠାରୁ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ରାଜନଗର ତାଳଚୁଆରେ ପାଣି ପଶିଛି । ସେହିପରି ପୁରୁଷୋତମପୁର ଗାଁରେ ଘେରିବନ୍ଧ ଭାଙ୍ଗି ଗାଁ ଭିତରେ ପାଣି ପଶିବା ଆରମ୍ଭ କରିଛି । ଗତବର୍ଷ ଏହି ଗାଁରେ ଲୁଣା ଘେରିବନ୍ଧ ଭାଙ୍ଗି ଗାଁ ଭିତରକୁ ପାଣି ମାଡି ଆସିବା ଫଳରେ ୬୦ରୁ ଅଧିକ ପରିବାର ଜଳବନ୍ଦୀ ହୋଇପଡିଥିଲେ । ଏବେ ବାତ୍ୟା ଆସିବା ଆଗରୁ ସାମନ ଦୃଶ୍ୟ ଦେଖିବାକୁ ମିଳିଛି । ଫଳରେ ଲୋକଙ୍କ ଭିତରେ ଛନକା ପଶିଛି ।

Comments are closed.