କନକ ବ୍ୟୁରୋ : ବାତ୍ୟା ୟାସ୍ ପୂର୍ବରୁ ତଳିଆ ଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି । ଆଉ ଏହି ସମୟରେ ମହାନତା ଦେଖାଇଲେ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ । ରାଜନଗର ଅମରାବତୀ ଗାଁର ଜଣେ ୯୧ ବର୍ଷିୟା ବୃଦ୍ଧା ବାତ୍ୟା ଆଶ୍ରୟସ୍ଥଳୀ ଯାଇପାରୁନଥିଲେ । ଏ ଖବର ଜାଣିବା ପରେ ତାଳଚୁଆ ଥାନା ଆଇଆଇସି ଶ୍ରୀକାନ୍ତ କୁମାର ବାରିକ ତାଙ୍କ ଘରେ ପହଂଚିଥିଲେ । ବାତ୍ୟା ବିପନ୍ନଙ୍କୁ ଭାର ସାହାର୍ଯ୍ୟରେ କାନ୍ଧରେ ବୋହି ବାତ୍ୟା ଆଶ୍ରୟ ସ୍ଥଳୀକୁ ଆଣିଥିଲେ ।
ସେପଟେ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ୪୮ଟି ଗାଁ ସମୁଦ୍ର କୂଳରେ ରହିଛି । ତେଣୁ ଏହିସବୁ ଗାଁକୁ ଅଧିକ ବିପଦ ରହିଛି । ଗତକାଲିଠାରୁ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ରାଜନଗର ଚତାଳଚୁଆରେ ପାଣି ପଶିଛି । ସେହିପରି ପୁରୁଷୋତମପୁର ଗାଁରେ ଘେରିବନ୍ଧ ଭାଙ୍ଗି ଗାଁ ଭିତରେ ପାଣି ପଶିବା ଆରମ୍ଭ କରିଛି । ଗତବର୍ଷ ଏହି ଗାଁରେ ଲୁଣା ଘେରିବନ୍ଧ ଭାଙ୍ଗି ଗାଁ ଭିତରକୁ ପାଣି ମାଡି ଆସିବା ଫଳରେ ୬୦ରୁ ଅଧିକ ପରିବାର ଜଳବନ୍ଦୀ ହୋଇପଡିଥିଲେ । ଏବେ ବାତ୍ୟା ଆସିବା ଆଗରୁ ସାମନ ଦୃଶ୍ୟ ଦେଖିବାକୁ ମିଳିଛି । ଫଳରେ ଲୋକଙ୍କ ଭିତରେ ଛନକା ପଶିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/13-14.jpg)