ବାତ୍ୟା ‘ୟାସ’କୁ ନେଇ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ : ଦିନ ୧୧ଟାରେ ମନ୍ତ୍ରୀ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବେ ମୋଦୀ

ଓଡ଼ିଶା, ପଶ୍ଚିମବଙ୍ଗରେ ଉଦ୍ଧାର ଓ ରିଲିଫ ପାଇଁ ସେନାକୁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ

556

କନକ ବ୍ୟୁରୋ : ବାତ୍ୟା ‘ୟାସ’ର ମୁକାବିଲା ପାଇଁ ପ୍ରସ୍ତୁତ ହେଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ବାତ୍ୟା ମୁକାବିଲା କିଭଳି ପ୍ରସ୍ତୁତି କରାଯାଉଛି । ତାର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପୂର୍ବାହ୍ନ ୧୧ଟା ବେଳେ ମନ୍ତ୍ରୀ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବିଭାଗ, ଟେଲିକମ୍ ବିଭାଗ, ବିଜୁଳି, ବେସାମରିକ ବିମାନ ଚଳାଚଳ ବିଭାର ମନ୍ତ୍ରୀ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହିବେ । ବାତ୍ୟା ୟାସ ଯୋଗୁଁ ପ୍ରଭାବିତ ହେବାକୁ ଥିବା ପଶ୍ଚିମବଙ୍ଗ ଓ ଓଡିଶାରେ କିଭଳି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରିବା ସହ ରିଲିଫ ଯୋଗାଣ କରାଯିବ ତା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ରିଲିଫ ଓ ଉଦ୍ଧାର କାମ ପାଇଁ ପ୍ରସ୍ତୁତ ରହିବାକୁ ଗତକାଲି ଠାରୁ ସେନାକୁ ନିର୍ଦେଶ ଦେଇଛନ୍ତି ମୋଦୀ ।