କନକ ବ୍ୟୁରୋ : ସାମୁଦ୍ରିକ ବାତ୍ୟା ୟସକୁ ନେଇ ଅଶାନ୍ତ ରହିବ ସମୁଦ୍ର । ତେବେ ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲାର ଉପକୂଳରେ ସମୁଦ୍ର ଅଧିକ ଅଶାନ୍ତ ରହିବା ନେଇ ଆକଳନ କରିଛି ଆଇଏମଡି । ବାତ୍ୟା ୟାସ୍ ପ୍ରଭାବରୁ ଭଦ୍ରକରେ ୭ କିଲୋମିଟର ଭିତରକୁ ସମୁଦ୍ର ପାଣି ମାଡି ଆସିବା ଆଶଙ୍କା ରହିଛି ।
ସେହିପରି କେନ୍ଦ୍ରାପଡାରେ ୨.୬ କିମି ଓ ବାଲେଶ୍ୱରରେ ୨.୩ କିମି ଯାଏଁ ସମୁଦ୍ର ପାଣି ସ୍ଥଳଭାଗକୁ ମାଡି ଆସିବା ଆଶଙ୍କା ରହିଛି । ଏହି ସମୟରେ ସମୁଦ୍ରରେ ପ୍ରବଳ ଉଚ୍ଚରେ ଜୁଆର ଆସିବ । ତେଣୁ ଧାମରା ଓ ପାରାଦୀପରେ ୧୦ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଅର୍ଥାତ ଏହି ଅଂଚଳକୁ ସର୍ବାଧିକ ବିପଦ ରହିଛି । ସେହିପରି ପୁରୀକୁ ୮ ନମ୍ବର ବିପଦ ସଂକେତ ଓ ଗୋପଳପୁରକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/14-12.jpg)