ଧାମରା ବନ୍ଦର ନିକଟରେ ବାଡେଇ ହେବ ବାତ୍ୟା । ଆଇଏମଡି ଦେଲା ତାଜା ଅପଡେଟ୍

395

କନକ ବ୍ୟୁରୋ: ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇସାରିଛି ୟାସ । ଧାମରା ବନ୍ଦର ନିକଟରେ ଏହା ଲ୍ୟାଣ୍ଡଫଲ କରିବ । ବର୍ତ୍ତମାନ ବାତ୍ୟା ପାରାଦ୍ବୀପ ଠାରୁ ୧୪୦ କିଲୋମିଟର ଦୂରରେ ଥିବାବେଳେ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ବାତ୍ୟା ମାଡିଆସୁଛି । ବର୍ତ୍ତମାନ ବାତ୍ୟା ୟାସ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ।

ସମୁଦ୍ରରେ ବାତ୍ୟାସ୍ଥଳରେ ପବନର ବେଗ ୧୩୫ କିଲୋମିଟର ରହିଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଆଜି ସକାଳ ୫ଟା ୩୦ ସମୟରେ ଧାମରା ବନ୍ଦର ଠାରୁ ୩୦ କିଲୋମିଟର ଦୂରରେ ସମୁଦ୍ର ମଧ୍ୟରେ କେନ୍ଦ୍ରୀଭୂତ ହେବ । ଏହା ପରେ ୟାସ ଧାମରା ଓ ବାଲେଶ୍ୱର ମଧ୍ୟଦେଇ ଓଡ଼ିଶା ଉପକୂଳକୁ ଅତିକ୍ରମ କରିବ । ପବନର ବେଗ ମଧ୍ୟରାତ୍ରିରେ ବଢିବାକୁ ଥିବାବେଳେ ଆଜି ଭୋର ସମୟରେ ଅତ୍ୟଧିକ ପବନ ପ୍ରବାହିତ ହେବ ।

୨୬ ତାରିଖ ଭୋରରୁ ଅପରାହ୍ନ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ କେନ୍ଦ୍ରାପଡା ଓ ଜଗତସିଂହପୁରରେ ପବନର ବେଗ ଅଧିକ ରହିବ । ସେହିପରି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ଯେ ରାତି ୧୦ଟା ସୁଦ୍ଧା ୫ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । କେତେକ ସ୍ଥାନରେ କିଛି ଗଛ ଉପୁଡିଛି ।

Comments are closed.