ବାତ୍ୟାର ବଡ ଖବର । ବାଲେଶ୍ୱରରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ୟାସ’ । ଆକଳନ କଲା ଆଇଏମଡି ।

718

କନକ ବ୍ୟୁରୋ: ବାତ୍ୟା ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ବାଲେଶ୍ୱରରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ୟାସ । ବାଲେଶ୍ୱର ଆଖପାଖରେ କରିପାରେ ୟାସ ଲ୍ୟାଣ୍ଡଫଲ । ବାଲେଶ୍ୱରରେ ବାତ୍ୟାର ଲ୍ୟାଣ୍ଡଫଲ ନେଇ ଆଇଏମଡିର ଆକଳନ । ତେବେ ୨୬ ତାରିଖ ମଧ୍ୟାହ୍ନ ସୁଦ୍ଧା ଅତି ଭୀଷଣ ବାତ୍ୟା ଭାବେ ସ୍ଥଳଭାଗ ଛୁଇଁବ ୟାସ୍ ।

ଝଡର ରୂପ ନେଇ ମଝି ସମୁଦ୍ରରୁ ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ୟାସ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ତ୍ତମାନ ଏହା ସମୁଦ୍ର ମଧ୍ୟରେ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହୋଇଛି । ଆଗାମୀ ୧୨ ଘଂଟାରେ ଏହା ଅତିଭୀଷଣ ବାତ୍ୟାର ରୂପ ନେବ । ଏହା ଘଂଟା ପତି ୪ କିଲୋମିଟର ବେଗରେ ଗତି କରୁଛି । କ୍ରମଶଃ ଓଡ଼ିଶା ଉପକୂଳ, ବାତ୍ୟାର କେନ୍ଦ୍ରସ୍ଥଳ ମଧ୍ୟରେ ଥିବା ବ୍ୟବଧାନ କମିବାରେ ଲାଗିଛି ।

ସେପଟେ ବାତ୍ୟା ଆସିବା ଆଗରୁ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଇଛି । ବାତ୍ୟାର ପ୍ରଭାବ ଅନୁଭୁତ ହେବା ଆଗରୁ ପ୍ରଭାବିତ ହେବାକୁ ଥିବା ଅଂଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କଚ୍ଚା ଘରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଆସନ୍ତାକାଲି ଅପରାହ୍ଣ ସୁଦ୍ଧା ସ୍ଥାନାନ୍ତ ପ୍ରକ୍ରିୟା ସାରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଇଛି । ଏହାସହ ଜିରୋ କାଜୁଆଲିଟି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।