କନକ ବ୍ୟୁରୋ : ଧାମରାର ଉତର ଆଡ଼କୁ ଗତି କରୁଛି ବାତ୍ୟା ୟାସ । ରେମୁଣା ବାହାନଗା ସଦରରେ ବାତ୍ୟା ୟାସ୍ ଲ୍ୟାଣ୍ଡଫଲ କରୁଛି । ଦିନ ଗୋଟାଏ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୩୦ରୁ ୧୪୦ ବହିବା ଫଳରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସର୍ବାଧିକ ପ୍ରଭାବ ରହିବ ।
ତେବେ ବାତ୍ୟା ସମୟରେ ପଛୁଆ ପବନ ଅଧିକ ବିପଦପୂର୍ଣ୍ଣ ହୋଇପାରେ ବୋଲି ସତର୍କ କରିଛନ୍ତି ଏସଆରସି ପ୍ରଦୀପ ଜେନା । ତେଣୁ ଏହି ସମୟରେ ବାଲେଶ୍ୱର ଓ ଭଦ୍ରକର ଲୋକଙ୍କୁ ପଦାକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି । ବାଲେଶ୍ୱର ଅତିକ୍ରମ କରିବା ପରେ ମୟୁରଭଂଜ ଦେଇ ଗତି କରିବ ବାତ୍ୟା । ଫଳରେ ମରୟରଭଂଜରେ ପବନର ବେଗ ୧୦୦ କିମ୍ବା ତା ଠାରୁ ଅଧିକ ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/9-13.jpg)