କୁଆଡେ ଯାଉଛି ବାତ୍ୟା ୟାସ୍ ? ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ପରେ ଭାରତୀୟ ପାଣିପାଗ ବିଭାଗର ପୁର୍ବାନୁମାନ । ୨୬ ସନ୍ଧ୍ୟାରେ ପଶ୍ଚିମବଙ୍ଗ ଉତ୍ତର ଓଡିଶା ଓ ବାଂଲାଦେଶ ମଧ୍ୟ ଭାଗରେ ଲ୍ୟାଣ୍ଡଫଲ

674

କନକ ବ୍ୟୁରୋ: ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସ୍ଥିତି କିଛି ଏଭଳି ରହିଛି । ୨୨ ସକାଳ ପ୍ରାୟ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ରୁପରେଖ କିଭଳି ରହିବ, ସେନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ୟାସ୍ ପାଇଁ ପୂର୍ବାନୁମାନ
-୨୩ ସକାଳ ବେଳକୁ ଲଘୁଚାପ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବ
-ପରେ ଏହା ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ତାରିଖ ବେଳକୁ ସାମୁଦ୍ରିକ ଝଡରେ ପରିଣତ ହେବ
-ଏହାର ୨୪ ଘଂଟା ପରେ ୟାସ୍ ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ସ୍ଥଳ ଭାଗ ଆଡକୁ ମାଡି ଆସିବ

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୨୬ ତାରିଖ ସନ୍ଧ୍ୟା ବେଳକୁ ଏହା ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଓ ବାଂଲାଦେଶ ଉପକୂଳ ଦେଇ ଆଗକୁ ବଢିବ । ଅର୍ଥାତ୍ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ଲ୍ୟାଣ୍ଡଫଲ୍ କରିବ ସେନେଇ କୈାଣସି ସ୍ପଷ୍ଟ ତଥ୍ୟ ଦେଇନାହିଁ ଆଇଏମଡି । ହେଲେ ଓଡିଶାର ମାତ୍ର ଦୁଇଟି ଜିଲ୍ଲା ଉପରେ ଏହାର ପ୍ରଭାବ ବିଶେଷ ଭାବେ ଅନୁଭୁତ ହେବ ବୋଲି କୁହାଯାଉଛି ।

ସ୍ଥଳଭାଗ ଛୁଇଁଲା ବେଳେ କେତେ ରହିବ ପବନର ବେଗ?
ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ଅନୁସାରେ
-୨୪ ସନ୍ଧ୍ୟା ବେଳକୁ ଓଡିଶା ଉପକୂଳରେ ପବନର ବେଗ ରହିବ ଘଂଟାପ୍ରତି ୪୦ ରୁ ୫୦ କିମି ସର୍ବାଧିକ ୬୦ କିମି ରହିବ
-୨୫ ସନ୍ଧ୍ୟା ବେଳକୁ ବେଗ ଘଂଟାପ୍ରତି ସର୍ବାଧିକ ୭୦ କିମି ରହିପାରେ
-୨୬ ସକାଳ ବେଳକୁ ପବନର ବେଗ ସର୍ବାଧିକ ୮୦ କିମି ଛୁଇଁପାରେ
-ଅପରାହ୍ନ ବେଳକୁ ସର୍ବାଧିକ ୧୧୦ କିମି ବେଗରେ ପବନ ବହିବ
-୨୬ ସନ୍ଧ୍ୟା ବେଳକୁ ପବନର ବେଗ ଆହୁରି ବଢିପାରେ

ୟାସ୍ର ପ୍ରଭାବ ଓଡିଶାର କେଉଁ ଜିଲ୍ଲା ଉପରେ କେଉଁଭଳି ଭାବେ ରହିବ ନଜର ପକାନ୍ତୁ ।
୫ ତାରିଖ ସକାଳୁ ଉପକୁଳ ଏବଂ ଉତ୍ତର ଓଡିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତାଲିକାରେ ଅଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା ଓ ମୟୁରଭଂଜ । ଏସବୁ ଜିଲ୍ଲା ପାଇଁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ ।

୨୬ ତାରିଖ ସକାଳୁ ପରବର୍ତ୍ତୀ ୨୪ ଘଂଟା ପାଇଁ ୮ଟି ଜିଲ୍ଲାରେ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ସମୟରେ ଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ମୟୁରଭଂଜ, କେନ୍ଦୁଝର ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି ହୋଇଛି ।