ସମୁଦ୍ର ଭିତରେ ଘଣ୍ଟାପ୍ରତି  ୧୨ କିମି ବେଗରେ ଗତି କରୁଛି ୟାସ । ବାଲେଶ୍ୱରରୁ ୫୫୦, ପାରାଦୀପରୁ ୪୫୦ କିମି ଦୂରରେ…

408

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ ୟାସ୍ ଏବେ ଉପକୂଳ ମୁହାଁ ହୋଇଛି । ଆସନ୍ତା ୨୬ ତାରିଖ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ ତାକୁ ନେଇ ଏବେ ଅନେକ ଆକଳନ ପ୍ରକାଶ ପାଉଛି । ତେବେ ଏହାରି ଭିତରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ତାଜା ଅପଡେଟ୍ ଅନୁସାରେ ୟାସ୍ ପାରାଦୀପଠାରୁ ୪୫୦ କିଲୋମିଟର ଦୂରରେ ରହିଛି । ସେହିପରି ବାଲେଶ୍ୱରଠାରୁ ଏହା ଏବେ ୫୫୦ କିଲୋମିଟର ଦୂରରେ ଥିବା ସୂଚନା ରହିଛି ।

ସମୁଦ୍ର ଭିତରେ ବାତ୍ୟା ୟାସ୍ ଏବେ ଘଂଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଥିବାବେଳେ ଆସନ୍ତା ୧୨ ଘଂଟା ଭିତରେ ଅତିଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବ । ତେବେ ରାଜ୍ୟ ସରକାର ବାତ୍ୟା ୟାସର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ଏନେଇ ଆଜି ଏସଆରସି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ସୂଚନା ଦେଇସାରିଛନ୍ତି । ପ୍ରତିଟି ଜୀବନ ମୂଲ୍ୟବାନ, ତେଣୁ ରାଜ୍ୟ ସରକାର ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ସୂଚନା ରହିଛି ।

Comments are closed.