କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ ୟାସ୍ ଏବେ ଉପକୂଳ ମୁହାଁ ହୋଇଛି । ଆସନ୍ତା ୨୬ ତାରିଖ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ ତାକୁ ନେଇ ଏବେ ଅନେକ ଆକଳନ ପ୍ରକାଶ ପାଉଛି । ତେବେ ଏହାରି ଭିତରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ତାଜା ଅପଡେଟ୍ ଅନୁସାରେ ୟାସ୍ ପାରାଦୀପଠାରୁ ୪୫୦ କିଲୋମିଟର ଦୂରରେ ରହିଛି । ସେହିପରି ବାଲେଶ୍ୱରଠାରୁ ଏହା ଏବେ ୫୫୦ କିଲୋମିଟର ଦୂରରେ ଥିବା ସୂଚନା ରହିଛି ।
ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ତାଜା ଅପଡେଟ୍ । ପାରାଦୀପଠାରୁ ୪୫୦ କିଲୋମିଟର ଦୂରରେ ୟାସ୍ । ବାଲେଶ୍ୱରଠାରୁ ଏବେ ୫୫୦ କିଲୋମିଟର ଦୂରରେ ବାତ୍ୟା । #CycloneYaas#Odishapic.twitter.com/yRXrL2anCv
— Kanak News (@kanak_news) May 24, 2021
ସମୁଦ୍ର ଭିତରେ ବାତ୍ୟା ୟାସ୍ ଏବେ ଘଂଟା ପ୍ରତି ୧୨ କିଲୋମିଟର ବେଗରେ ଗତି କରୁଥିବାବେଳେ ଆସନ୍ତା ୧୨ ଘଂଟା ଭିତରେ ଅତିଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେବ । ତେବେ ରାଜ୍ୟ ସରକାର ବାତ୍ୟା ୟାସର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ଏନେଇ ଆଜି ଏସଆରସି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ସୂଚନା ଦେଇସାରିଛନ୍ତି । ପ୍ରତିଟି ଜୀବନ ମୂଲ୍ୟବାନ, ତେଣୁ ରାଜ୍ୟ ସରକାର ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ସୂଚନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/24-11.jpg)