କନକ ବୁରୋ : ବାତ୍ୟା ‘ୟାସ’ରେ ଆସିଲା ପ୍ରଥମ ମୃତ୍ୟୁ ଖବର । କେନ୍ଦୁଝର ଜିଲ୍ଲାରେ ଗଛ ଡ଼ାଳ ପଡ଼ି ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଘସିପୁରା ଥାନା ପଂଚୁପଲ୍ଲା ଗାଁର ପୁର୍ଣ୍ଣଚନ୍ଦ୍ର ନାୟକଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ପାଖରେ ଥିବା ମଠରୁ ପୂଜା ସାରି ଘରକୁ ଫେରୁଥିବା ବେଳେ ରାସ୍ତାରେ ଏକ ବରଗଛ ଡ଼ାଳ ଭାଙ୍ଗି ତାଙ୍କ ମୁଣ୍ଡରେ ପଡ଼ିଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡ଼ାକ୍ତରଖାନା ପଠାଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।