ବାଲେଶ୍ୱର ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ଧର୍ମେନ୍ଦ୍ର ପ୍ରଧାନ : ସିମୁଳିଆ, ସୋର, ବାହାନଗାରେ କଲେ ସ୍ଥିତିର ଅନୁଧ୍ୟାନ

154

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜିଲ୍ଲାର ସିମୁଳିଆ, ସୋର, ବାହାନଗା ଅଂଚଳର ସ୍ଥିତି କରିଛନ୍ତି ସମୀକ୍ଷା । ବାଇକରେ ବସି ତ୍ରିକୋଣିଆ ଗ୍ରାମପଂଚାୟତ ଅନ୍ତର୍ଗତ ଚାରିଗୋଛିଆ, ସାରଥା ଗ୍ରାମପଂଚାୟତର ମୁହାଣ ଏବଂ ଅନ୍ୟାନ୍ୟ ବାତ୍ୟା ପ୍ରଭାବିତ ଅଂଚଳ ବୁଲିବା ସହ ବିପନ୍ନଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଗତକାଲି ଭଦ୍ରକ ଜିଲ୍ଲା ଗସ୍ତ କରି ଆକାଶମାର୍ଗରୁ ବାତ୍ୟା ସ୍ଥିତି ସମୀକ୍ଷା କରିଥିଲେ । ପାରାଦୀପ, ଆଳି,ରାଜନଗର, ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଂଚଳ ଅନୁଧ୍ୟାନ କରିବା ସହ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିପନ୍ନଙ୍କ ସହ କଥା ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ପାଇଁ ଏକ ଦୂରଦର୍ଶୀ ବିସ୍ତୃତ ଯୋଜନାର ଆବଶ୍ୟକତା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱରୋପ କରିଥିଲେ ।