ବାତ୍ୟା ଉଡାଡି ଦେଲା ଫସଲ : ସମ୍ବଲପୁରରୁ ଆସିଲା ଧାନ ଫସଲ ନଷ୍ଟ ହୋଇଥିବାର ଚିତ୍ର

134

କନକ ବ୍ୟୁରୋ : ବାତ୍ୟା ଉଡାଡି ଦେଲା ଫସଲ । ବାତ୍ୟା ୟାସ ପ୍ରଭାବରେ ପ୍ରବଳ ବର୍ଷା ଫଳରେ ଖଳାରେ ଓ କ୍ଷେତରେ ଧାନ ଫସଲ ନଷ୍ଟ ହୋଇଥିବାର ଚିତ୍ର ଆସିବାରେ ଲାଗିଛି । ସମ୍ବଲପୁର ଜିଲ୍ଲାରେ ବାତ୍ୟା ୟାସ ପ୍ରଭାବରେ ବର୍ଷା ଫଳରେ ବ୍ୟାପକ ଧାନ ଫସଲ କ୍ଷୟକ୍ଷତି ହୋଇଛି । ଜିଲ୍ଲାରେ ଏବେ ରବି ଧାନ ଅମଳ ହେଉଥିବାବେଳେ ଧାନ ଫସଲ କଟା ହୋଇ ଆସି ଖଳାରେ ରହିଛି  କିମ୍ବା କ୍ଷେତରେ ପଡିରହିଛି । ବର୍ଷା ବଢୁଥିବାରୁ ଫସଲ ନଷ୍ଟ ହେବାର ଆଶଙ୍କା ଉପୁଜିଛି । ପୂର୍ବରୁ ମଧ୍ୟ କାଳବୈଶାଖୀ ବର୍ଷା ଫଳରେ କ୍ଷେତରେ ପଡିଥିବା ଧାନ ଗଜା ହୋଇଯାଇଥିଲା । ଏବେ ପୁଣି ବାତ୍ୟା ୟାସ ଜନିତ ବର୍ଷା ସମାନ ଦୁର୍ଦ୍ଦଶା ସୃଷ୍ଟି କରିଛି ।