ବାତ୍ୟା ଚାଲିଯିବା ପରେ ତ୍ୱରାନ୍ୱିତ ହେଲା ପୁନରୁଦ୍ଧାର କାର୍ଯ୍ୟ : ରାତିିରେ ବି ଗଛ କାଟି ରାସ୍ତା ସଫା କଲେ ଓଡ୍ରାଫ୍ ଟିମ୍; ପ୍ରଭାବିତ ଜିଲ୍ଲାର ରେଲୱେ ଟ୍ରାକ୍ ଯାଂଚ

ବିଜୁଳି ଯୋଗାଣ ପାଇଁ ଆରମ୍ଭ ହେଲା କସରତ

103

କନକ ବ୍ୟୁରୋ : ରାତିର ଅଂଧାର ବି ଅଟକାଇ ପାରିନି ପୁନରୁଦ୍ଧାରକାରୀ ଟିମ୍କୁ । ବାତ୍ୟା ଛାଡିଗଲା ପରେ ଆକ୍ସନ୍ ମୋଡ୍କୁ ଆସି ଯାଇଛନ୍ତି ଓଡ୍ରାଫ୍ ଟିମ୍ । ଗଛ କାଟୁଛନ୍ତି, ରାସ୍ତା ପରିସ୍କାର କରୁଛନ୍ତି । ରାତିରେ ସଂପୂର୍ଣ୍ଣ ସଜାଗ ରହି କାର୍ଯ୍ୟ କରୁଛନ୍ତି ଓଡ୍ରାଫ୍ କର୍ମଚାରୀ । ଏ ହେଉଛି, କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଅଂଚଳର ଚିତ୍ର । ପୂର୍ବ ଅଭିଜ୍ଞତାକୁ ଆଧାର କରି ରାସ୍ତାରେ ପଡିଥିବା ଗଛ କାଟି ସଫା କରୁଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ଦୁଇ ଦିନ ହେଲା ଏଠାରେ ମୂତୟନ ହୋଇଛନ୍ତି ଓଡ଼ିଶା ଡିଜାଷ୍ଟର ରାପିଡ୍ ଆକ୍ସନ୍ ଫୋର୍ସ ।

ବାତ୍ୟା ପରେ ଆରମ୍ଭ ହୋଇଛି ରେଲୱେ ଟ୍ରାକ୍ ମରାମତି କାର୍ଯ୍ୟ । ପ୍ରଭାବିତ ଅଂଚଳରେ ରେଳପଥକୁ ଯାଂଚ କରିବା ପରେ ମରାମତି ଆରମ୍ଭ କରାଯାଇଛି । ଯାଜପୁର-କେନ୍ଦୁଝର, ଭଦ୍ରକ-ଧାମରା, କଟକ-ପାରାଦୀପ ଓ ହରିଦାସପୁର-ପାରାଦୀପ ସେକ୍ସନ୍କୁ ଯାଂଚ କରାଯାଇଛି । ରେଲୱେର କ୍ଷୟକ୍ଷତି ନେଇ ସଂପୂର୍ଣ୍ଣ ସୂଚନା ମିଳିନାହିଁ । ତେବେ ରେଳ ସଂପତି କିମ୍ବା ରେଳବାଇ କ୍ୱାଟରରେ ବିଶେଷ କିଛି କ୍ଷତି ହୋଇନଥିବା ସୂଚନା ମିଳିଛି ।