କଚ୍ଛ ଉପକୂଳ ମୁହାଁ ‘ବାୟୁ’ ! ବାତ୍ୟା ମାଡ ହେବା ପୂର୍ବରୁ ଆରମ୍ଭ ହେଲାଣି ବର୍ଷା । ବାତ୍ୟା ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି

କଚ୍ଛ ଉପକୂଳ ମୁହାଁ ‘ବାୟୁ’ ! ବାତ୍ୟା ମାଡ ହେବା ପୂର୍ବରୁ ଆରମ୍ଭ ହେଲାଣି ବର୍ଷା । ବାତ୍ୟା ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି

କନକ ବ୍ୟୁରୋ : ଗୁଜରାଟ ଉପକୂଳକୁ ପୁଣି ଫେରୁଛି ସାମୁଦ୍ରିକ ବାତ୍ୟା ବାୟୁ । ଗୁଜରାଟର କଚ୍ଛ ଉପକୂଳରେ ଏହା ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ । ତେବେ ଏହି ବାତ୍ୟା ମାଡ ହେବା ଆଗରୁ ଆଜି ଆରମ୍ଭ ହୋଇଗଲାଣି ବର୍ଷା । ପାଣିପାଗ ବିଭାଗର ସୂଚନା ଅନୁସାରେ ସଦ୍ୟ ମିଳିଥିବା ତଥ୍ୟ ଆଧାରରେ ଗୁଜରାଟ ଉପକୂଳରେ ମାଡ ହୋଇପାରେ ଏହି ସାମୁଦ୍ରିକ ଝଡ । ଏପରିକି ଏହା ୧୭ ଓ ୧୮ ତାରିଖ ମଧ୍ୟରେ ଗୁଜରାଟର କଚ୍ଛ ଉପକୂଳ ଛୁଇଁବା ନେଇ ଆଶଙ୍କା ରହିଛି ।

publive-image

କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରାଳୟର ଅଧିକାରୀଙ୍କ ସୂଚନା ଅନୁସାରେ ବାୟୁ ଏବେ ମୋଡ ବଦଳାଇଛି । ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଏହା ଗୁଜରାଟର କଚ୍ଛ ଉପକୂଳରେ ମାଡ ହେବା ସମ୍ଭାବନା ରହିଛି । ସେପଟେ ଏପରି ସୂଚନା ପରେ ବାତ୍ୟା ମୁକାବିଲା ପାଇଁ ପୁରା ପ୍ରସ୍ତୁତି ଆରମ୍ଭ କରିଦେଇଛି କଚ୍ଛ ପ୍ରଶାସନ । ସମୁଦ୍ର ଉପକୂଳରେ ହାଇଆଲର୍ଟ ଜାରି ସହିତ ଉପକୂଳକୁ ଲୋକଙ୍କୁ ନଯିବାକୁ କୁହାଯାଇଛି । ତଳିଆ ଅଂଚଳରୁ ପ୍ରାୟ ୩୦ ହଜାରରୁ ଅଧିକ ଲୋକଙ୍କୁ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରିଛି ଗୁଜରାଟ ପ୍ରଶାସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe