ଓଡିଶାରୁ ବିପଦ ଟଳିଲା, ସୁନ୍ଦରବନରେ ତାଣ୍ଡବ ରଚିଲା । ଏସଆରସି କହିଲେ ଭୟଙ୍କର କ୍ଷୟକ୍ଷତିରୁ ବର୍ତ୍ତିଗଲା ଓଡିଶା । ଆଉ ନାହିଁ ଝଡ ତୋଫାନର ଭୟ ।

Advertisment
ଓଡିଶାରୁ ବିପଦ ଟଳିଲା, ସୁନ୍ଦରବନରେ ତାଣ୍ଡବ ରଚିଲା । ଏସଆରସି କହିଲେ ଭୟଙ୍କର କ୍ଷୟକ୍ଷତିରୁ ବର୍ତ୍ତିଗଲା ଓଡିଶା । ଆଉ ନାହିଁ ଝଡ ତୋଫାନର ଭୟ ।

କନକ ବ୍ୟୁରୋ: ସାମୁଦ୍ରିକ ଝଡ଼ ବାତ୍ୟା ‘ଅମ୍ଫାନ’ ଯୋଗୁଁ ଉପୁଜିଥିବା ଭୟଙ୍କର ସ୍ଥିତି ରହିବ ନାହିଁ। ବାତ୍ୟା ସ୍ଥଳ ଭାଗ ଅତିକ୍ରମ କରିଥିବାରୁ ଝଡ଼ ତୋଫାନ ବିପଦ ଟଳିଛି। ଓଡ଼ିଶାର ଏବେ କେବଳ ବର୍ଷା ହେବ। କିନ୍ତୁ ପ୍ରବଳ ବର୍ଷା ହେବାର ଆଶଙ୍କା ଉପୁଜି ନାହିଁ। ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାତ୍ୟା ପ୍ରଭାବିତ ଜିଲ୍ଲାରେ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରହିଛି। ସେହିପରି ଟେଲିକମ୍ ଟାଓ୍ଵାରର ବିଶେଷ କ୍ଷତି ହୋଇ ନାହିଁ।

publive-image

ସ୍ୱତନ୍ତ୍ର ରିଲିଫ କମିସନର କହିଛନ୍ତି, ବାତ୍ୟା ଜନିତ କ୍ଷୟକ୍ଷତି ନେଇ ଆସନ୍ତାକାଲି ସୁଦ୍ଧା ସୂଚନା ଦେଇ ହେବ। ଓଡ଼ିଶାର ୪ଟି ଜିଲ୍ଲାରେ ବାତ୍ୟା ବେଶୀ କ୍ଷୟକ୍ଷତି କରିଛି। ଏଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। ଏହି ସବୁ ଜିଲ୍ଲାଗୁଡ଼ିକରେ କିଛି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଥିବା ବେଳେ କିଛି ବଡ଼ ବଡ଼ ଗଛ ଉପୁଡି ପଡ଼ିଛି। ସେହିଭଳି କେତେକ ସ୍ଥାନରେ ସରକାରୀ ଘର ଭାଙ୍ଗିଛି। ଏଗୁଡ଼ିକ ମରାମତି କରାଯିବ।

publive-image

ଏସଆରସି କହିଛନ୍ତି ଯେ, ପ୍ରାରମ୍ଭିକ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ବାତ୍ୟା ‘ଅମ୍ଫାନ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଯାଇଛି। ଏହା ପଶ୍ଚିମବଙ୍ଗର ସୁନ୍ଦରବନ ଅତିକ୍ରମ କରିସାରିଛି। ବାତ୍ୟା ଦୀଘା ଓ ହାତିଆ ମଧ୍ୟରେ ଅତିକ୍ରମ କଲାବେଳେ ପବନର ବେଗ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିମି ଥିଲା। ସର୍ବାଧିକ ୧୮୫ କିମିକୁ ଛୁଇଁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe