କନକ ବ୍ୟୁରୋ : ଉତର ଓ ଉତର-ପୂର୍ବ ଦିଗରେ ୧୬ କିଲୋମିଟର ବେଗରେ ଗତି କରୁଛି ତୀବ୍ର ଅବପାତ । କେନ୍ଦ୍ରୀୟ ବଙ୍ଗୋପସାଗରରେ ବଳ ଗୋଟାଇ ଆଗକୁ ବଢୁଛି । ଆହୁରି ଘନିଭୂତ ହୋଇ ୨୫ ତାରିଖ ଅର୍ଥାତ ଆସନ୍ତାକାଲି ପୂର୍ବାହ୍ଣରେ ବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
୨୫ ତାରିଖ ରାତିରେ ନେଇପାରେ ଭୀଷଣ ବାତ୍ୟାର ରୂପ
ଉତ୍ତର ଦିଗରେ ଗତି କରିବ ଭୀଷଣ ବାତ୍ୟା ‘ରେମାଲ’
୨୬ ତାରିଖ ରାତିରେ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ଲ୍ୟାଣ୍ଡ ଫଲ୍!
ବଙ୍ଗୋପସାଗରରେ ବାତ୍ୟା ଆସୁଥିବା ବେଳେ ଆଶ୍ୱସ୍ତିର କଥା ହେଉଛି ଓଡ଼ିଶାରେ ଏହାର ସିଧାସଳଖ ପ୍ରଭାବ ନାହିଁ ବୋଲି ଆକଳନ କରୁଛି ପାଣିପାଗ ବିଭାଗ । ତେବେ
୨୫ ତାରିଖରୁ ବଢ଼ିବ ପବନର ବେଗ
ସର୍ବାଧିକ ୧୦୦ କିଲୋମିଟର ବେଗରେ ଦେଇପାରେ ଝଟ୍କା
ଭୀଷଣ ବାତ୍ୟାର ରୂପ ନେବା ପରେ ଆହୁରି ବଢ଼ିବ ପବନର ବେଗ
୨୬ ତାରିଖରେ ୧୩୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ପବନର ଝଟ୍କା
୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ଆଶଙ୍କା
୨୬ରେ ଭଦ୍ରକ ଓ ବାଲେଶ୍ୱରରେ ହୋଇପାରେ ଅତି ପ୍ରବଳ ବର୍ଷା
ମୟୂରଭଂଜ ଓ କେନ୍ଦ୍ରପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା
ଉତ୍ତର ଓଡ଼ିଶାର କିଛି ଅଂଚଳରେ ବର୍ଷା ନେଇ ପୂର୍ବାନୁମାନ
ସମୁଦ୍ର ଆଶାନ୍ତ ରହୁଥିବାରୁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଓଡ଼ିଶାର ସମସ୍ତ ବନ୍ଦରରେ ଏକ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/32-18.jpg)