କନକ ବ୍ୟୁରୋ: ଆଗାମୀ ୩ ଘଣ୍ଟାରେ ସାମୁଦ୍ରିକ ଝଡ଼ । ୩ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ଗଭୀର ଅବପାତ । ବର୍ତ୍ତମାନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ ସକ୍ରିୟ । ଘଣ୍ଟାକୁ ୧୮ କିଲୋମିଟର ବେଗରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି । ତେବେ ଗତ ୬ ଘଣ୍ଟା ହେଲା ଘଣ୍ଟାକୁ ୧୮ କିଲୋମିଟର ବେଗରେ ଗତି କରୁଛି ।
ଏବେ ପାରାଦୀପଠୁ ୨୭୦ କିମି ଦୂରରେ ରହିଛି ଗଭୀର ଅବପାତ । ଆଉ ଦୀଘାଠୁ ୪୧୦ କିଲୋମିଟର ଦୂରରେ ଗଭୀର ଅବପାତ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସଦ୍ୟତମ ସୂଚନା ଅନୁସାରେ ଆସନ୍ତା ୨୫ ତାରି ସନ୍ଧ୍ୟାରେ ସ୍ଥଳଭାଗ ଅତିକ୍ରମ କରିବ । ଆଉ ଏହା ଖେପୁପରା ଓ ଚିତ୍ତାଗଙ୍ଗ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/whatsapp_image_2023-05-14_at_16-sixteen_nine.jpeg)