କନକ ବ୍ୟୁରୋ: ପଶ୍ଚିମବଙ୍ଗ ଆଡକୁ ମାଡି ଚାଲିଛି ବାତ୍ୟା ଅମ୍ଫାନ । ଘଂଟାକୁ ୨୮ କିଲୋମିଟର ବେଗରେ ସୁନ୍ଦରବନ ଆଡକୁ ଗତି କରୁଛି । ପାରାଦୀପରୁ ଦୂରେଇବା ସହ ଉଗ୍ର ରୂପ ନେଇ ପଶ୍ଚିମବଙ୍ଗ ଆମ୍ମୋଡି ଚାଲିଛି ଅମ୍ଫାନ । ତେବେ ପଶ୍ଚିମବଙ୍ଗକୁ ପ୍ରବେଶ କରୁଛି ବାତ୍ୟା । ମହାବାତ୍ୟା ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି ।
ସେପଟେ ୪ ଘଣ୍ଟା ଲାଗିବ ଲ୍ୟାଣ୍ଡଫଲ ଶେଷ ହେବାକୁ । ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହେବାକୁ ଦୀର୍ଘ ୪ ଘଣ୍ଟା ଲାଗିବ ଆଉ ଏହାର ପ୍ରକୋପ ଉତ୍ତର ଓଡିଶାରେ ରହିବ । ତେବେ ଲ୍ୟାଣ୍ଡଫଲ ପ୍ରଭାବରେ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜରେ ପ୍ରବଳ ବର୍ଷା, ପବନ ହେଉଛି । ଲ୍ୟାଣ୍ଡଫଲ ପ୍ରଭାବରେ ସନ୍ଧ୍ୟା ଯାଏଁ ଲାଗି ରହିବ ବର୍ଷା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/2-16.jpg)
/kanak/media/post_attachments/wp-content/uploads/2020/05/1-23.jpg)