ତିତଲି ଦେଇଛି ୨୭୬୫ କୋଟିର କ୍ଷତ । ଖୁବଶୀଘ୍ର କେନ୍ଦ୍ରକୁ ପଠାଯିବ ରିପୋର୍ଟ ।

‘ଫୋନି’ରେ କ୍ଷୟକ୍ଷତି ନେଇ ଏସଆରସି ଦେଲେ ପ୍ରାଥମିକ ରିପୋର୍ଟ । ଏବେସୁଦ୍ଧା ପ୍ରାଣ ହରାଇଛନ୍ତି ୩୫ ଜଣ , ପ୍ରଭାବିତ ହୋଇଛନ୍ତି ୧୪ ଜିଲ୍ଲାର ୧ କୋଟି ୪୦ ଲକ୍ଷ ୬୦ ହଜାରରୁ ଅଧିକ ଲୋକ । 

କନକ ବ୍ୟୁରୋ: ତିତଲି ତାଉରେ ହନ୍ତସନ୍ତ ଓଡ଼ିଶା । ଆସିଲା ତିତଲି କ୍ଷୟକ୍ଷତିର ରିପୋର୍ଟ । ଯାହା ଆକଳନ କରାଯାଇ ନଥିଲା ତାହାଠୁ ଅଧିକ କ୍ଷୟକ୍ଷତି ହୋଇଛି । ମୋଟ୍ ୨ ହଜାର ୭୬୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବାର କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ । ତେଣୁ ସହାୟତା ପାଇଁ କେନ୍ଦ୍ର ସରକାରଙ୍କୁ ଆଜି ଏହି ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ଏସଆରସି । ରାଜ୍ୟର ୧୭ଟି ଜିଲ୍ଲାର ୧୨୮ଟି ବ୍ଲକର ମୋଟ୍ ୮ ହଜାର ୧୨୫ ଗାଁ ତିତଲି ଦ୍ୱାରା ପ୍ରଭାବିତ ହୋଇଛି । ଏଥିରେ ମୋଟ୍ ୬୦ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଛନ୍ତି ।

publive-imageସେହିପରି ୨.୬୩ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି । ତିତଲିରେ ମୋଟ୍ ୫୬ ହଜାର ୯୩୦ ଘର କ୍ଷତିଗ୍ରସ୍ତ ହୋଇଥିବାବେଳେ ୨୦ ହଜାର ଘର ସମ୍ପୂର୍ଣ୍ଣ ନଷ୍ଟ ଏବଂ ୩୬ ହଜାର ୫୦୮ଟି ଘର ଆଂଶିକ ଭାଙ୍ଗିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସେହିଭଳି ୩୪ ହଜାର ୯୫୧ ଗୃହପାଳିତ ପଶୁପକ୍ଷୀଙ୍କ ମୃତ୍ୟୁ ଘଟିଛି ।

publive-imageତେବେ ବିଳମ୍ବ ନ କରି ଆଜି କିମ୍ବା କାଲି ସୁଦ୍ଧା କେନ୍ଦ୍ର ସରକାରଙ୍କୁ ଏହି କ୍ଷୟକ୍ଷତିର ରିପୋର୍ଟ ହସ୍ତାନ୍ତର କରାଯାଇ ପାରେ ବୋଲି ଏସଆରସି କହିଛନ୍ତି । ତେବେ ଚିକିତ୍ସା ସେବା ପାଇଁ ବିଶେଷ ପ୍ରଭାବିତ ୩ ଟି ଜିଲ୍ଲାରେ ୫୪ ଜଣ ଡାକ୍ତରଙ୍କୁ ମୂତୟନ କରାଯାଇଛି । ଯେଉଁଥି ପାଇଁ ମୋଟ୍ ୮୬ଟି ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ଚିକିତ୍ସା ସେବାକୁ ତ୍ୱରାନିତ କରାଉଛି  । ଏହାସହ ୮୨ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ମୂତୟନ ହୋଇଛନ୍ତି ବାଲି ଏସଆରସି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe