କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ ଶରତ ସାହୁ । ୨୩ ତାରିଖରେ ସାଇକ୍ଲୋନିକ୍ ଷ୍ଟର୍ମ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ଥିବା କହିଛନ୍ତି ଶରତ ସାହୁ । ବାତ୍ୟାକୁ ନେଇ ସମୁଦ୍ରରେ ପରିବେଶ ଅନୁକୂଳ ରହିଛି । ଆଉ ଏହା ପ୍ରଭାବରେ ୨୩ରେ ସ୍ୱଳ୍ପ ୨୪ ଓ ୨୫ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

Advertisment

- ୨୩ ତାରିଖରେ ହୋଇପାରେ ସାଇକ୍ଲୋନିକ୍ ଷ୍ଟର୍ମ
- ବାତ୍ୟା ପାଇଁ ସମୁଦ୍ର ପତନରେ ଅନୁକୂଳ ପରିବେଶ ରହିଛି
- ସମୁଦ୍ର ଉପରେ ତାପମାତ୍ରା ୨୮ କୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ରହିଛି
- ବାୟୁମଣ୍ଡଳରେ ପବନର ଉତାପ ମଧ୍ୟ ବାତ୍ୟା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ
- ମୌସୁମୀ ଫେରିବା ସମୟ ମଧ୍ୟ ବାତ୍ୟା ପାଇଁ ଅନୁକୂଳ
- ୨୩ରେ ଅଳ୍ପ ବର୍ଷା, ୨୪ ଓ ୨୫ରେ ପ୍ରବଳ ବର୍ଷା ସମ୍ଭାବନା
- ଉପକୂଳ ଓଡିଶାରେ ବର୍ଷାର ପରିମାଣ ଅଧିକ ରହିବ
- ଏହି ସମୟରେ ବାତ୍ୟାର ରିକର୍ଭ ହେବାର ସମ୍ଭାବନା କମ୍
- ଏହି ସମୟରେ ଅଧିକାଂଶ ବାତ୍ୟା ଓଡିଶା ଉପକୂଳ ଦେଇ ଯାଏ
- ତାପରେ ପଶ୍ଚିମବଙ୍ଗ ଦେଇ ଆଗକୁ ଯାଏ
- ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଗତିପଥ ଜଣାପଡିବ