ବାତ୍ୟା ତାଉ-ତେର ସୌରାଷ୍ଟ୍ର ନିକଟରେ ସ୍ଥଳଭାଗକୁ ଛୁଇଁବା ପ୍ରକ୍ରିୟା ଆରମ୍ଭ ହେଲା । ପ୍ରାୟ ଚାରି ଘଣ୍ଟା ଲାଗିବ ଏହି ପ୍ରକ୍ରିୟା

251

କନକ ବ୍ୟୁରୋ: ବାତ୍ୟା ତାଉ-ତେର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହେଲା । ଗୁଜୁରାଟର ସୌରଷ୍ଟ୍ର ନିକଟରେ ସ୍ଥଳ ଭାଗ ଛୁଇଁବ ବାତ୍ୟା । ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ପ୍ରାୟ ଚାରି ଘଣ୍ଟା ଲାଗିବ । ଏହିସମୟରେ ଘଂଟାକୁ ୧୮୫ କିଲୋମିଟର ବେଗରେ ପବନ ବୋହିବା ସମ୍ଭାବନା ରହିଛି ।

ଏହାଫଳରେ ବଡ ବଡ ଗଛ ଉପୁଡିବା ସହ ବିଦ୍ୟୁତ ସରବରାହ ବ୍ୟାହତ ହୋଇପାରେ । ବାତ୍ୟାକୁ ଦୃଷ୍ଟିରେ ରଖି ଏକଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୨୧ ଜିଲ୍ଲାରେ ବର୍ଷା ଲାଗିରହିଛି । ବିଶେଷକରି ଗୁଜରାଟର ଦକ୍ଷିଣ ଜିଲ୍ଲାଗୁଡିକ ବାତ୍ୟାରେ ପ୍ରଭାବିତ ହେବାକୁ ଥିବାରୁ ପ୍ରଶାସନ ଆଲର୍ଟ ଅଛି । ଏନଡିଆରଏଫ ଟିମ୍ ଓ ଡାକ୍ତରଙ୍କୁ ସଜାଗ ରଖାଯାଇଛି ।