ଗୁଜୁରାଟ ଆଡକୁ ମାଡ଼ି ଚାଲିଛି ବାତ୍ୟା-‘ତାଉ-ତେ’ । ଆଜି ରାତି ସାଢ଼େ ୧୧ଟା ସୁଦ୍ଧା ପୋର-ବନ୍ଦର ଅତିକ୍ରମ କରିପାରେ ସଭିୟର ସାଇକ୍ଲୋନିକ୍ ଷ୍ଟର୍ମ 

277

କନକ ବ୍ୟୁରୋ: ଆଉ କିଛି ସମୟ ପରେ  ଗୁଜରାଟ ସ୍ଥଳଭାଗକୁ ମାଡ କରିବ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଅତି ଭୀଷଣ ବାତ୍ୟା ‘ତାଉ-ତେ’ ।  ଆଜି ରାତିରେ ‘ତାଉ-ତେ’ ଗୁଜରାଟ ଉପକୂଳ  ଅତିକ୍ରମ କରିବ । ରାତି ୮ଟାରୁ ୧୧ଟା ୩୦ ମଧ୍ୟରେ ଏହା ପୋରବନ୍ଦର ଓ ମହୁବା ଉପକୂଳ ଦେଇ ଅତିକ୍ରମ କରିବ । ଏହାର ପ୍ରଭାବରେ ଗୁଜରାଟରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି ।

ଏହାଛଡା ଘଂଟାକୁ ୧୮୫ କିଲୋମିଟର ବେଗରେ ପବନ ବୋହିବା ସମ୍ଭାବନା ରହିଛି । ଏହାଫଳରେ ବଡ ବଡ ଗଛ ଉପୁଡିବା ସହ ବିଦ୍ୟୁତ ସରବରାହ  ବ୍ୟାହତ ହୋଇପାରେ ।  ବାତ୍ୟାକୁ ଦୃଷ୍ଟିରେ ରଖି ଏକଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ  ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୨୧ ଜିଲ୍ଲାରେ ବର୍ଷା ଲାଗିରହିଛି । ବିଶେଷକରି  ଗୁଜରାଟର ଦକ୍ଷିଣ ଜିଲ୍ଲାଗୁଡିକ ବାତ୍ୟାରେ ପ୍ରଭାବିତ ହେବାକୁ ଥିବାରୁ  ପ୍ରଶାସନ ଆଲର୍ଟ ଅଛି । ଏନଡିଆରଏଫ ଟିମ୍ ଓ ଡାକ୍ତରଙ୍କୁ ସଜାଗ ରଖାଯାଇଛି ।

ଓଡିଶାରୁ ଯାଇଥିବା ୫ଟି ଏନଡିଆରଏଫ ଟିମ ମଧ୍ୟ ଉପକୂଳ ଅଂଚଳରେ ମୁତୟନ ଅଛନ୍ତି ।  ଓଡିଶାରେ ବହୁ ଭଲଭାବରେ ଅନୁଭୂତି ଥିବା ଏହି ଟିମକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ନିୟୋଜିତ କରାଯାଇଛି । ଏୟାରଫୋର୍ସକୁ ବି ସତର୍କ ରଖାଯାଇଛି । କୋଭିଡ ହସପିଟାଲଗୁଡିକରେ ଅନବରତ ବିଦ୍ୟୁତସେବା ଚାଲୁରଖିବାକୁ  ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ଗୁଜରାଟ ସରକାର । ଆବଶ୍ୟକ ପଡିଲେ ରୋଗୀଙ୍କୁ ସାନ୍ଥାନ୍ତର କରିବାକୁ ଆମ୍ବୁଲାନ୍ସକୁ ସଜାଗ ରଖାଯାଇଛି ।  ମହାରାଷ୍ଟ୍ରରେ ବି ହଜାର ହଜାର ଲୋକଙ୍କୁ  ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ମୁମ୍ବାଇରେ ଆଜି ଭୀଷଣ ବର୍ଷା ହେଉଛି । ସମୁଦ୍ରରେ ଉଚ୍ଚ ତରଙ୍ଗ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ନେଇ ମହାରାଷ୍ଟ୍ର  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ସ୍ଥିତି ନେଇ ପଚାରିବୁଢିଛନ୍ତି । ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳକୁ ସାମୟିକ ସ୍ଥଗିତ ରଖାଯାଇଛି ।   ଗୋଆରେ ବାତ୍ୟା ବ୍ୟାପକ କ୍ଷୟକ୍ଷତି କରିଥିବାବେଳେ କର୍ଣ୍ଣାଟକରେ ବର୍ତମାନ ସୁଦ୍ଧା  ୬ ପ୍ରାଣ ହରାଇସାରିଲେଣି