ଅତି ଭିଷଣ ସାମୁଦ୍ରିକ ଝଡର ରୂପ ନେଲା ତୌକତେ । ପ୍ରଭାବରେ ଗୁଜରାଟର ଅଧିକାଂଶ ସ୍ଥାନରେ ବର୍ଷା ପବନ ଜାରି

218

କନକ ବ୍ୟୁରୋ : ଅତି ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ଗୁଜରାଟ ଆଡକୁ ମାଡି ଚାଲିଛି ତୌକତେ । ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଏହା ଘଂଟାକୁ ୯ କିଲୋମିଟର ବେଗରେ ଆଗେଇ ଚାଲିଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବ ବୋଲି ଆଶଙ୍କା ପ୍ରକାଶ କରିଛି ଆଇଏମଡି ।
ବର୍ତମାନ ଏହା ଗୋଆର ପାଣାଜୀଠାରୁ ଦେଢଶହ କିଲୋମିଟର ଦୂରରେ ଥିବାବେଳେ ଉତର, ଉତର-ପଶ୍ଚିମ ମୁହାଁ ହୋଇ ଗୁଜରାଟ ଉପକୂଳ ଆଡକୁ ମାଡି ଚାଲିଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଏହା ଆସନ୍ତାକାଲି ସଂଧ୍ୟା ବେଳକୁ ଗୁଜରାଟ ଉପକୂଳ ନିକଟରେ ପହଂଚିବା ସହ ମଙ୍ଗଳବାର ଦିନ ସାଢେ ୧୧ଟା ସୁଦ୍ଧା ଗୁଜରାଟ ଭାବନଗର ଜିଲ୍ଲାର ପୋରବନ୍ଦର ଓ ମହୁଭା ମଧ୍ୟରେ ସ୍ଥଳଭାଗରେ ମାଡ ହୋଇପାରେ । ତେବେ ଏହାର ପ୍ରଭାବ ଏବେଠାରୁ ଅନୁଭୂତ ହେବାରେ ଲାଗିଛି । ଗୁଜରାଟର ଅଧିକାଂଶ ସ୍ଥାନରେ ବର୍ଷା ଓ ପବନ ସାଙ୍ଗକୁ, ମୁମ୍ବାଇ, କେରଳ ଓ କର୍ଣ୍ଣାଟକର କେତେକ ସ୍ଥାନରେ ବର୍ଷା, ପବନ ଆରମ୍ଭ ହୋଇଯାଇଛି । ତେବେ ବାତ୍ୟା ତୌଟେ, ମଙ୍ଗଳବାର ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଂଟା ପ୍ରତି ୧୫୦ରୁ ୧୬୦ କିଲୋମିଟର ରହିପାରେ । ସ୍ଥାନେସ୍ଥାନେ ଏହା ୧୭୫ କିଲୋମିଟର ଯାଏଁ ପହଂଚିଯିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।