ମଝି ସମୁଦ୍ରରୁ ୧୦ ବାଂଲାଦେଶୀ ମତ୍ସ୍ୟଜୀବୀ ଉଦ୍ଧାର : ସାମୁଦ୍ରିକ ଝଡରେ ବୋଟ ଦୁର୍ଘଟଣାଗ୍ରସ୍ତ ହେବାରୁ ମଝି ସମୁଦ୍ରରେ ଫସିଥିଲେ

113

କନକ ବ୍ୟୁରୋ : ମଝି ସମୁଦ୍ରରୁ ଉଦ୍ଧାର ହେଲେ ବାଂଲାଦେଶୀ ମତ୍ସ୍ୟଜୀବୀ । ସାମୁଦ୍ରିକ ଝଡରେ ବୋଟ ଦୁର୍ଘଟଣାଗ୍ରସ୍ତ ହେବାରୁ ମତ୍ସ୍ୟଜୀବୀ ସମୁଦ୍ର ଭିତରେ ଫସିଯାଇଥିଲେ । ପାଣିରେ ଜୀବନ ସହ ସଂଘର୍ଷ କରି ଭାସୁଥିବା ୧୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ମା ଗଙ୍ଗା ନାମକ ଏକ ବୋଟ ଉଦ୍ଧାର କରି କୂଳକୁ ଆଣିଛି । ଆହତ ସମସ୍ତ ମତ୍ସ୍ୟଜୀବୀଙ୍କୁ ଭଦ୍ରକ ଜିଲ୍ଲା କସିଆ ସାମୁଦ୍ରିକ ପୁଲିସ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଛି ।

ଗତ ୨୫ ତାରିଖରେ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କ ବୋଟ ସାମୁଦ୍ରିକ ଝଡରେ ଦୁର୍ଘଟଣାର ଶିକାର ହୋଇଥିବା ପୁଲିସ ତଦନ୍ତରୁ ଜଣାପଡିଛି । ଭଦ୍ରକ ଜିଲ୍ଲା କସିଆ ଜେଠିରେ ଗତ ମଙ୍ଗଳବାର ମା ଗଙ୍ଗା ନାମକ ବୋଟ ଧରି ସମୁଦ୍ରରେ ମାଛ ମାରିବାକୁ ବାହାରିଥିଲେ । ବୁଧବାର ମଧ୍ୟାହ୍ନରେ ସମୁଦ୍ର ଭିତରେ ଭାସୁଥିବା ଅବସ୍ଥାରେ କେହି ଜଣେ ହାତ ଟେକି ଉଦ୍ଧାର ପାଇଁ ଡାକୁଥିବା ଦେଖିଥିଲେ ଗଙ୍ଗା ବୋଟର କର୍ମଚାରୀ । ଘଟଣାସ୍ଥଳରେ ପହଞ୍ଚି ଭାସୁଥିବା ସମସ୍ତ ୧୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି କୂଳକ ଆଣିଥିଲେ ।