କନକ ବ୍ୟୁରୋ : ବାଂଲାଦେଶ ପରେ ଆସାମରେ ତାଣ୍ଡବ ରଚୁଛି ବାତ୍ୟା ସିତ୍ରାଙ୍ଗ । ପ୍ରବଳ ବର୍ଷା ଯୋଗୁଁ ୮୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି । ଘର ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ହଇରାଣ ହେଉଛନ୍ତି ଲୋକେ । ପ୍ରବଳ ବର୍ଷା ପବନ ଯୋଗୁଁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି ।
ପାଣିପାଗ ବିଭାଗ ୪ ଉତ୍ତର ପୂର୍ବ ରାଜ୍ୟ ପାଇଁ ରେଡ଼ ଆଲର୍ଟ ଜାରି କରିଛି । ଉଦ୍ଧାରକାରୀ ଟିମ୍ ପ୍ରସ୍ତୁତ ରହିବାକୁ ସତର୍କ କରାଯାଇଛି । ପାଣିପାଗ ବିଭାଗ ସୂଚନା ମୁତାବିକ ଝାଡଖଣ୍ଡ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ଓ କେରଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/7-22.jpg)