କନକ ବ୍ୟୁରୋ : ବାତ୍ୟା ‘ଗୁଲାବ’ର ଚିହ୍ନ ଏଯାଏଁ ଲିଭିନଥିବା ବେଳେ ଏବେ ସାମୁଦ୍ରିକ ବାତ୍ୟା ‘ଶାହୀନ’କୁ ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ଅକ୍ଟୋବର ୧ ତାରିଖ (ଶୁକ୍ରବାର) ସୁଦ୍ଧା ଆରବ ସାଗରରେ ସାମୁଦ୍ରିକ ବାତ୍ୟା ‘ଶାହୀନ’ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଫଳରେ ଦେଶର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଓ ଭୀଷଣ ବର୍ଷା ହେବ ।
ଗାଙ୍ଗେୟ ପଶ୍ଚିମବଙ୍ଗର ପଶ୍ଚିମାଞ୍ଚଳ ଏବଂ ଆଖପାଖରେ ଗୋଟାଏ ସୁଦୃଶ ଲଘୁଚାପ ପ୍ରକ୍ରିୟା ମଧ୍ୟ ରହିଛି । ‘ଜଏଣ୍ଟ୍ ଟାଇଫୁନ୍ ୱାର୍ଣ୍ଣିଙ୍ଗ୍ ସେଣ୍ଟର୍’ କହିଥିଲା, ଏହା ଗୋଟାଏ ସ୍ଥଳଭାଗ ବାତ୍ୟାରେ ରୂପାନ୍ତର ହୋଇପାରେ କିନ୍ତୁ, ଏହା ଉଷ୍ମତା ଓ ଶୀତଳତା ବଦଳ କ୍ଷେତ୍ର ବୋଲି ପରେ କହିଛି ।
ତେବେ ସବୁଠାରୁ ବଡ କଥା ହେଉଛି, ଏହା ସାମୁଦ୍ରିକ ବାତ୍ୟା ନ ପାଲଟିପାରେ। ଏହା କିଛି ସମୟ ଧରି ସୁଦୃଶ ହୋଇ ରହିବ । ଏଥିଯୋଗୁଁ ଗତକାଲି ଓ ଆଜି ବର୍ଷା ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ’ର ବାତ୍ୟା ଦାୟିତ୍ୱରେ ଥିବା ସୁନୀତା ଦେବୀ କହିଛନ୍ତି । କତାର୍ ଏହି ବାତ୍ୟାର ନାମକରଣ କରିଛି ‘ଶାହୀନ୍’। ‘ଶାହୀନ୍’ର ଅର୍ଥ ‘ରାଜକୀୟ ଶ୍ୱେତ ବାଜ’ ବା ‘ଛଞ୍ଚାଣ’ ପକ୍ଷୀ (ଗରୁଡ଼) ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/2-780x470-1.jpg)