ପାଖେଇ ଆସୁଛି ରୁଆନୁ : ଘଂଟା ପ୍ରତି ବେଗ ୩୦ କିଲୋମିଟର

29

roanu cycloneଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ପାଖେଇ ଆସୁଛି ଘୁର୍ଣ୍ଣିଝଡ ରୁଆନୁ । କିଛି ଘଂଟାପରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାର ଆଶଙ୍କା ରହିଛି । ଏବେ ଏହା ଗୋପାଳପୁର ଠାରୁ ୧୦୦ କିଲୋମିଟର ଦୂରରେ ରହିଛି । ତେବେ ଏହାର ଘଂଟାପ୍ରତି ବେଗ ୩୦ କିଲୋମିଟର ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓ ଉତର ଓଡିଶାରେ ବଢିବ ବର୍ଷା ଓ ପବନର ବେଗ । ପୁରୀ, କେନ୍ଦ୍ରାପଡା, କଟକ, ଯାଜପୁର, ଭଦ୍ରକ, ଜଗତସିଂହପୁର, ଗଂଜାମ, ନୟାଗଡ ଏବଂ ଢେଙ୍କାନାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏବେ ସୁଦ୍ଧା ପୁରୀରେ ୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଗୋପାଳପୁର ୭୯ ମିଲିମିଟର ରହିଛି । ଭୁବନେଶ୍ୱରରେ ୪୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଅସ୍ତରଙ୍ଗରେ ସର୍ବାଧିକ ୧୪୫ ମିଲିମିଟର ଓ କୁଜଙ୍ଗରେ ୧୩୦ ମିଲିମିଟର ହୋଇଛି ।

Roanu cycloneସେପଟେ ସମସ୍ତ ବନ୍ଦରରେ ତିନି ନମ୍ବର ବିପଦ ସଙ୍କେତ ଦିଆଯାଇଛି । ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ରୁଆନୁ ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳ ଅଂଚଳରେ ବର୍ଷା ଲାଗି ରହିଛି । ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତମାନ ଉତର ଓଡିଶାରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହୁ ଥିବା ବେଳେ ଦକ୍ଷିଣ  ଓଡିଶାରେ ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହୁଛି । କେତେକ ସ୍ଥାନରେ ପବନର ବେଗ ୧୧୦ କିଲୋମିଟର ହେବା ଆଶଙ୍କା କରୁଛି ପାଣିପାଗ ବିଭାଗ । ବାଙ୍ଗଲାଦେଶ ଆଡକୁ ମୁହାଁଉଥିବାରୁ ‘ରୁଆନ’ ଘୂର୍ଣ୍ଣିଝଡ ଓଡିଶାରେ ବଡ କ୍ଷତି ଘଟାଇବାର ଆଶଙ୍କା ନାହିଁ । ତେବେ ଦେଶର ଦକ୍ଷିଣ-ପୂର୍ବ ଉପକୂଳରେ ଝଡର ଖବର ସମୁଦ୍ରକୂଳିଆ ଲୋକଙ୍କୁ ଚିନ୍ତାରେ ପକାଇ ଦେଇଛି । ସରକାର ବି ଜରୁରୀ ବୈଠକ କରିଛନ୍ତି । ୧୨ଟି ଜିଲ୍ଲାରେ ବାତ୍ୟା ଆଲର୍ଟ ଜାରି କରିଛନ୍ତି ରାଜ୍ୟ ସରକାର ।