ଭୀଷଣ ବାତ୍ୟାର ପରିଣତ ହେଲା ବାତ୍ୟା ‘ରେମାଲ’ । ଆଜି ମଧ୍ୟରାତ୍ରୀରେ ସାଗରଦୀପ ଓ ଖେପୁପୁରା ମଧ୍ୟରେ ସ୍ଥଳଭାଗ ଛୁଇଁବା ସୂଚନା ।

Advertisment
ଭୀଷଣ ବାତ୍ୟାର ପରିଣତ ହେଲା ବାତ୍ୟା ‘ରେମାଲ’ । ଆଜି ମଧ୍ୟରାତ୍ରୀରେ ସାଗରଦୀପ ଓ ଖେପୁପୁରା ମଧ୍ୟରେ ସ୍ଥଳଭାଗ ଛୁଇଁବା ସୂଚନା ।

କନକ ବ୍ୟୁରୋ: ଭୀଷଣ ବାତ୍ୟାର ପରିଣତ ହେଲା ବାତ୍ୟା ‘ରେମାଲ’ । ଆଜି ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗ-ବାଂଲା ଉପକୂଳରେ ଛୁଇଁବ ସ୍ଥଳଭାଗ । ପଶ୍ଚିମବଙ୍ଗ ଉପକୂଳ ପାଇଁ ରେଡ ୱାର୍ଣ୍ଣିଂ ଜାରି । ଉତ୍ତର-ପଶ୍ଚିମ ଓ ସଂଲଗ୍ନ ଉତର-ପୂର୍ବ ବଙ୍ଗୋପସାରରେ ବାତ୍ୟା ଅଧିକ ଘନୀଭୂତ ହେବା ସହ ୬ ଘଣ୍ଟା ଧରି ୬ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଗତି କରୁଛି । ବର୍ତମାନ ଏହାର ପଶ୍ଚିମବଙ୍ଗ ସାଗରଦ୍ୱୀପ ଠାରୁ ୨୯୦ ଏବଂ ବାଂଲାଦେଶ ଖେପୁପାରା ଠାରୁ ୩୦୦ କିମି ଦୂରରେ ରହିଛି । ଦୀଘାଠୁ ୩୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବ ପଶ୍ଚିମବଙ୍ଗରେ ରହିଛି । ମଧ୍ୟରାତ୍ରିରେ ଏହା ଭୀଷଣ ବାତ୍ୟା ରୂପରେ ସ୍ଥଳଭାଗ ଅତିକ୍ରମ କରିବା ସମୟରେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ପ୍ରତିଘଣ୍ଟା ରହିବ । ସମୟ ସମୟରେ ଏହା ୧୩୫ କିଲୋମିଟର ପ୍ରତିଘଂଟା ଛୁଇଁବ ବୋଲି ମଧ୍ୟ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ।

ଏହି ଭୀଷଣ ବାତ୍ୟାର ପ୍ରଭାବ ସିଧାସଳଖ ଓଡ଼ିଶା ପଡୁନଥିଲେ ମଧ୍ୟ ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥି ସହିତ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ପବନ ବେଗ ୪୦ରୁ କିଲୋମିଟର ପ୍ରତିଘଂଟା ରହିବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥି ସହିତ ରାଜ୍ୟର ସମସ୍ତ ବନ୍ଦର ଗୁଡିକୁ ୧ନଂ ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ ୨୭ ତାରିଖ ଯାଏ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ବାରଣ କରାଯାଇଛି ।ଭୀଷଣ ବାତ୍ୟା ଆଶଙ୍କା ଯୋଗୁଁ କୋଲକାତା ବିମାନବନ୍ଦର ବନ୍ଦ କରାଯିବା ସହ ଏକାଧିକ ଟ୍ରେନକୁ ବାତିଲ କରାଯାଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe