କନକ ବ୍ୟୁରୋ : ବର୍ଷା ନେଇ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ସୂଚନା । ଅବପାତ ଯୋଗୁଁ ବର୍ଷାର ମାତ୍ରା ଅଧିକ ରହିବ । ଏହା ସାଇକ୍ଲୋନ୍ ଭଳି ଦୃଶ୍ୟମାନ ହେଉଛି । ଗଭୀର ଅବପାତ ହେଲେ ଏଭଳି ସ୍ଥିତି ଉପୁଜିପାରେ । ଓଡିଶା କିମ୍ବା ପଶ୍ଚିମବଙ୍ଗ ଦେଇ ଛତିଶଗଡ ଆଡକୁ ଯିବ ।

Advertisment

ବାଲେଶ୍ୱର ଦେଇ ବାତ୍ୟା ଅତିକ୍ରମ କରିପାରେ । ପ୍ରଭାବରେ ୨୦୦ ମିମି ବର୍ଷା ହେବା ସମ୍ଭାବନା ରହିଛି । ତୀବ୍ର ଅବପାତ ପରେ ବାତ୍ୟା ସମ୍ଭାବନା ରହୁଛି । ବାତ୍ୟାର ପ୍ରଭାବ ୨ରୁ ୩ଘଣ୍ଟା ଯାଏଁ ରହିବା ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ଉପକୂଳ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ଓଡିଶା ଓ ଛତିଶଗଡରେ ଅଧିକ ବର୍ଷା ହେବ ।