କନକ ବ୍ୟୁରୋ : ବାତ୍ୟା ଫାଇଲିନକୁ ପୂରିଛି ୪ ବର୍ଷ । ଏବେ ବି ଲୋକଙ୍କ ମନରେ ତାଜା ସେଦିନର ତାଣ୍ଡବ । ୧୧୯୯ ଅକ୍ଟୋବର ୨୯ର ମହାବାତ୍ୟା ପରେ ୨୦୧୩ ଅକ୍ଟୋବର ୧୨ରେ ଆଉ ଏକ ତାଣ୍ଡବ ଫାଇଲିନ୍ ରଚିଥିଲା ପ୍ରକୃତି । ଯେଉଁଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ ଉପକୂଳ ଓଡିଶାବାସୀ ।
୪ ବର୍ଷ ତଳେ ଭାତହାଣ୍ଡି ଭାଙ୍ଗି ଦେଇଥିଲା ପ୍ରଳୟଙ୍କରୀ ଝଡତୋଫାନ । ପରିବାର ପ୍ରତିପୋଷଣର ମାଧ୍ୟମ ଉଜାଡି ଦେଇଥିଲା ବାତ୍ୟା ଫାଇଲିନ୍ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରେ ଫାଇଲିନ୍ ପ୍ରଭାବରେ ସମୁଦ୍ର ମାଡି ଆସି ଭାଙ୍ଗି ଦେଇଥିଲା ପାନ ବରଜ । ସରକାରଙ୍କ ପକ୍ଷରୁ ଫାଇଲନ ପରେ ପାନବଜର କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେଲା ପ୍ରଶାସନ । କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ମଧ୍ୟ ଦିଆଗଲା । ହେଲେ ଆଜି ଯାଏଁ କ୍ଷତିପୂରଣ ମିଳନଥିବା ବେଳେ ସହାୟତା ଅପେକ୍ଷାରେ ଥିବା କ୍ଷତିଗ୍ରସ୍ତ ମଂଜୁଲତାଙ୍କ ଆଖିରୁ ଲୁହ ଝରୁଛି ।
ସେହପରି ଆଉ ଜଣେ ପାନଚାଷୀ ହେଉଛନ୍ତି ଉଷାରାଣୀ ସାହାଣୀ । ୪ ବର୍ଷ ତଳେ ଭାଙ୍ଗି ଯାଇଥିବା ପାନ ବରଜକୁ ସଜାଡିବା ପାଇଁ ତାଙ୍କ ପାଖରେ ସମ୍ବଳ ନାହିଁ । ସ୍ୱାମୀ ମୁଲ ଲାଗି ୫ ପ୍ରାଣୀ ପରିବାର ମୁହଁରେ ଆହର ଦେଉଥିବା ବେଳେ ସହାୟତା ଅପେକ୍ଷାରେ ଉଷାରାଣୀ । ପ୍ରଶାସନ ପକ୍ଷରୁ ସହାୟତା ତ ମିଳିନି ହେଲେ ପ୍ରଶାସନ ଦେଇଥିବା ଭଙ୍ଗା ପାନ ବରଜର ଫଟୋକୁ ସାଇତି ରଖିଛନ୍ତି ଉଷାରାଣୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/Screen-shot-2017-10-12-at-5.25.32-PM.png)