କନକ ବ୍ୟୁରୋ: ୨୯ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଉତ୍ତର ଆଣ୍ଡାମାନ ସାଗର ଆଖପାଖ ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୨୪ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେବ । ପୂର୍ବ- କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତୀ ପର୍ଯ୍ୟାୟରେ ଏହା ପଶ୍ଚିମ- ଉତର-ପଶ୍ଚିମ ଦିଗରେ ଗତି କରି, ଧୀରେ ଧୀରେ ଅଧିକ ଘନୀଭୂତ ହେବ । ଏହି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Advertisment

ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ । ବାତ୍ୟା ହେବା ନେଇ କିଛି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକଳନ କରିଥିଲେ । ତେବେ ଏପର୍ଯ୍ୟନ୍ତ ସେମିତି କୌଣସି ଆକଳନ ହୋଇନଥିବା କହିଥିଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ଅନ୍ୟ ମଡେଲର ଆକଳନକୁ ଦେଖି ବିଚଳିତ ନହେବାକୁ କହିଥିଲେ ଆଇଏମଡି ଡିଜି ।